ନାବାଳକକୁ ସାବାଳକ ସଜାଇ ଗିରଫ କଲା ପୋଲିସ, ଭୁଲ ଧରିଲେ ଆଇନସେବା ପ୍ରାଧିକରଣର ସଚିବ

ନୟାଗଡ : ନାବାଳକକୁ ପୋଲିସ ୧୯ ବର୍ଷ ଦର୍ଶାଇ କରିଛି ଗିରଫ ।  ଏଭଳି ପୋଲିସର ତ୍ରୁଟିକୁ ଧରିଛିନ୍ତି ଆଇନସେବା ପ୍ରାଧିକରଣର ସଚିବ ।  ଗତମାସ ୧୯ତାରିଖ ସନ୍ଧ୍ୟା ସମୟରେ ଇଟାମାଟି ପୋଲିସ ସଂଖେଇ, ନୋତାର ଓ ଖଇରପଟି ଅଞ୍ଚଳକୁ ପାଟ୍ରୋଲିଙ୍ଗ କରିବା ପାଇଁ ଯାଇଥିଲା । ପୋଲିସ ଖବର ପାଇଥିଲା କି ସଂଖେଇ ହାଇସ୍କୁଲ ନିକଟରେ ୧୯ ରୁ ୧୦ ଜଣ ଯୁବକ ମାରଣା ଅସ୍ତ୍ର ଧରି ଡକାୟତି କରିବାପାଇଁ ପ୍ରସ୍ତୁତ ହେଉଛନ୍ତି ।

ପୋଲିସ ସେଠାରେ ଚଢ଼ାଉ କରି ୪ ଜଣ ଯୁବକ କୁ ଗିରଫ କରିଥିଲା ।  ସେମାନଙ୍କ ଠାରୁ ବନ୍ଧୁକ, ଭୂଜିଆଲି ଓ ଲଙ୍କାଗୁଣ୍ଡ ଜବତ କରି କୋର୍ଟ ଚାଲାଣ କରାଯାଇଥିଲା ।  ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜେଲ ଭ୍ରମଣ ପାଇଁ ଆଇନିଜୀବି ଓ ପ୍ରାଧିକରଣ କର୍ମକତା ଯାଇଥିଲେ ।

ଖୋର୍ଦ୍ଧା ଜ଼ିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳର ଜଣେ ୧୫ ବର୍ଷୀୟ ନାବାଳକକୁ ପୋଲିସ ସେହି ମାମଲାରେ ୧୯ ବର୍ଷ ସଜାଇ ଗିରଫ କରିଛି ।  ଆଇନସେବା ପ୍ରାଧିକରଣ ତାହାରି ଉପରେ ସଠିକ ତଦନ୍ତ କରି ନାବାଳକ କୁ ୧୫ ବର୍ଷ ଦର୍ଶାଇ କିଶୋର ନ୍ୟାୟାଳୟକୁ ମାମଲା ହସ୍ତାନ୍ତର କରିଛନ୍ତି ।

nis-ad
Leave A Reply

Your email address will not be published.