ପ୍ରେସ୍‌ର ବୋମା ବିସ୍ଫୋରଣରେ ଯବାନ ସହିଦ

add-all

ମାଲକାନଗିରି: ସରକାର, ପ୍ରଶାସନ ଓ ସୁରକ୍ଷାକର୍ମୀମାନେ ଡାଳେଡାଳେ ଗଲେ ନକ୍ସଲମାନେ ପତ୍ରେପତ୍ରେ ଯାଉଛନ୍ତି। ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଆଜି ଏହା ପ୍ରମାଣିତ ହୋଇଛି। ବିଜାପୁର ଜଙ୍ଗଲରେ ଆଜି ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। ଗୋଟିଏ ପଟେ ଶାନ୍ତିବାର୍ତ୍ତା ନେଇ ବରିଷ୍ଠ ନେତା ସରକାରଙ୍କୁ ଅନୁରୋଧ କରିଆସୁଥିବା ବେଳେ ଅନ୍ୟପଟେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରୁଛନ୍ତି ନକ୍ସଲ। ତୋୟନାର ଥାନା ଅନ୍ତର୍ଗତ ମୋରମେଡ ଜଂଗଲରେ ଆଜି ସକାଳେ ପ୍ରେସର ବୋମା ବିସ୍ଫୋରଣରେ ଜଣେ ଯବାନ ସହିଦ ହୋଇଛନ୍ତି। ସହିଦ ଯବାନ ହେଲେ ସିଏଏଫ ଯବାନ ମନୋଜ ପୂଜାରୀ(୨୬)।

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରୁଛନ୍ତି ନକ୍ସଲ। ତୋୟନାର ଥାନା ଅନ୍ତର୍ଗତ ମୋରମେଡ ଜଂଗଲରେ ଆଜି ସକାଳେ ପ୍ରେସର ବୋମା ବିସ୍ଫୋରଣରେ ଜଣେ ଯବାନ ସହିଦ ହୋଇଛନ୍ତି।

ତୋୟନାର ଏବଂ ଫେରସଗଡ ରାସ୍ତାର ସୁରକ୍ଷା ଦେଉଥିବା ବେଳେ ଅଚାନକ ତାଂକର ଗୋଡ ପ୍ରେସର ବୋମା ଉପରେ ପଡିଯିବାରୁ ବୋମା ବିସ୍ଫୋରଣ ହୋଇଥିଲା। ବୋମା ଏତେ ଜବରଦସ୍ତ ଥିଲା ଯେ ଯବାନ ଜଣକ ଘଟଣାସ୍ଥଳରେ ହିଁ ସହିଦ ହୋଇଥିଲେ। ତୁରନ୍ତ ଯବାନ ସେହି ଅଂଚଳକୁ ଘେରି ସର୍ଚ୍ଚ ଅପରେସନ ଜୋରଦାର କରୁଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଥିବା କୁହାଯାଇଛି। ବିକାଶ ଧାରାକୁ ଆଗକୁ ଯିବାରେ ରୋକ ଲଗାଇବା ପାଇଁ ନକ୍ସଲ ଏଭଳି ହିଂସାତ୍ମକ ହୋଇପଡୁଛନ୍ତି।

ad-week
Leave A Reply

Your email address will not be published.