୩୪ ନିଖୋଜ ଶିଶୁ ଉଦ୍ଧାର

add-all

ଛତ୍ରପୁର : ଗଞ୍ଜାମ ପୁଲିସ ଜିଲା ଅଧିନରେ ଚଳିତ ମାସ ୧୫ରୁ ନିଖୋଜ ପିଲାମାନଙ୍କୁ ଖୋଜିବା ଏବଂ ଉଦ୍ଧାର କରିବା ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଥିଲା। ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦେଶକ୍ରମେ ସମସ୍ତ ଥାନା ଅଧିକାରୀଙ୍କୁ ନିଜ ଅଞ୍ଚଳରେ ନିଖୋଜ ଥିବା ପିଲାମାନଙ୍କୁ ବାହାର କରିବା ପାଇଁ କୁହାଯାଇଥିଲା। ପୁଲିସ ପ୍ରୟାସରେ ରାଜ୍ୟ ଓ ରାଜ୍ୟ ବାହାରୁ ୩୪ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ସେଥିମଧ୍ୟରୁ ୩୦ ଜଣ ନାବାଳିକା ଓ ୪ଜଣ ନାବାଳକ ରହିଥିବା ଗଞ୍ଜାମ ପୁଲିସ ଜିଲା ମୁଖ୍ୟ ଆରକ୍ଷୀ କାର୍ଯ୍ୟାଳୟରୁ ସୂଚନା ମିଳିଛି। ପରେ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିବା ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ର ସୂଚନା ଦେଇଛନ୍ତି। ଆଗାମୀ ଦିନରେ ମଧ୍ୟ ଏହି ପ୍ରକ୍ରିୟା ଜାରି ରହିବ।

ad-week
Leave A Reply

Your email address will not be published.