ଜଳୁଛି ପଶ୍ଚିମ ଓଡ଼ିଶା; ଝାରସୁଗୁଡାରେ ତାପମାତ୍ରା ୪୪.୮°

add-all

ଭୁବନେଶ୍ୱର: ପ୍ରବଳ ଗ୍ରୀଷ୍ମ ପ୍ରବାହ ସତର୍କତା ମଧ୍ୟରେ ମଙ୍ଗଳବାର ଦିନ ୨.୩୦ ସୁଦ୍ଧା ଝାରସୁଗୁଡାରେ ପାରଦ ୪୪.୮° ସେଲସିୟସକୁ ବୃଦ୍ଧି ପାଇଛି।

ସମ୍ବଲପୁର ୪୪.୨° ସେଲସିୟସ ସହିତ ଦ୍ୱିତୀୟ ସ୍ଥାନରେ ରହିଥିଲା ବେଳେ ହୀରାକୁଦ (୪୪° ସେଲସିୟସ) ଏବଂ ରାଉରକେଲା (୪୨.୨° ସେଲସିୟସ) ରହିଛି।

ଭାରତୀୟ ପାଣିପାଗ ବିଭାଗ ଝାରସୁଗୁଡା ବ୍ୟତୀତ ଏପ୍ରିଲ ୨୨ ପାଇଁ ବୌଦ୍ଧ, ବଲାଙ୍ଗୀର, ସୁନ୍ଦରଗଡ଼ ଏବଂ ସମ୍ବଲପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନ ପାଇଁ ଗ୍ରୀଷ୍ମ ପ୍ରବାହ ନେଇ ଅରେଞ୍ଜ ୱାର୍ଣିଂ ଜାରି କରିଛି। ସେହିପରି ନୂଆପଡ଼ା, ବରଗଡ଼, କଳାହାଣ୍ଡି ଏବଂ ସୋନପୁର ପାଇଁ ମଧ୍ୟ ୟେଲୋ ସତର୍କତା ଜାରି କରାଯାଇଛି।

ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତିର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଗରମ ଅନୁଭୂତ ହେବାକୁ ଥିବାବେଳେ ସମ୍ବଲପୁର, ସୁନ୍ଦରଗଡ଼ ଏବଂ ବଲାଙ୍ଗୀରର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ରାତି ତାପମାତ୍ରା ବଢ଼ିପାରେ।

କୋରାପୁଟ, ମାଲକାନଗିରି, ରାୟଗଡ଼ା ଏବଂ କଳାହାଣ୍ଡି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସନ୍ଧ୍ୟା ସମୟରେ ଘଣ୍ଟାପ୍ରତି ୩୦-୪୦ କିଲୋମିଟର ବେଗରେ ପବନ ବହିବା ସହିତ ଝଡ଼ବର୍ଷା ସହ ବଜ୍ରପାତ ହେବା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।

ad-week
Leave A Reply

Your email address will not be published.