ପାକିସ୍ତାନ ସହ ଖେଳିବା ନେଇ ବିସିସିଆଇର ପ୍ରତିକ୍ରିୟା : ଆମ ସରକାର ଯାହା କହିବେ ଆମେ ସେଇଆ କରିବୁ

add-all

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଦେଶବାସୀ ନ୍ୟାୟ ମାଗୁଛନ୍ତି। ଏହି ଛାତିଥରା ଆକ୍ରମଣର ଦାୟିତ୍ୱ ପାକିସ୍ତାନସ୍ଥିତ ଲସ୍କର-ଏ-ତୈବା (ଏଲ୍‌ଇଟି) ଆତଙ୍କବାଦୀ ଗୋଷ୍ଠୀର ଅଂଶ ‘ଦି ରେଜିଷ୍ଟାନ୍ସ ଫ୍ରଣ୍ଟ’ (ଟିଆରଏଫ୍) ନେଇଛି। ଏହି ଘଟଣାକୁ ନେଇ ସାରା ଦେଶରେ କ୍ରୋଧର ଲହରୀ ଖେଳିଯାଇଥିବା ବେଳେ କ୍ରିକେଟ ଜଗତରେ ଏହାର ପ୍ରଭାବ ପଡ଼ିଛି। ଏହି ଘଟଣା ପରେ ବିସିସିଆଇ ପାକିସ୍ତାନ ପ୍ରତି ନିଜର କ୍ରୋଧ ପ୍ରକାଶ କରିଛି।
ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ଏହି ଆତଙ୍କବାଦୀ ଆକ୍ରମଣ ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, “ଆମେ ପୀଡିତଙ୍କ ସହିତ ଅଛୁ ଏବଂ ଏହାକୁ ନିନ୍ଦା କରୁଛୁ। ବିସିସିଆଇ ପାକିସ୍ତାନ ସହିତ କ୍ରିକେଟ୍ ଖେଳିବା ବନ୍ଦ କରିବା ଉଚିତ କି? ବୋଲି ପ୍ରଶ୍ନ କରାଯିବାରୁ ରାଜୀବ ଶୁକ୍ଳା କହିଛନ୍ତି, ଆମ ସରକାର ଯାହା କହିବେ ଆମେ ତାହା କରିବୁ। ପୂର୍ବ ଆକ୍ରମଣ ପାଇଁ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆମେ ପାକିସ୍ତାନ ସହିତ ଦ୍ୱିପାକ୍ଷିକ ସିରିଜ୍ ଖେଳୁନାହୁଁ ଏବଂ ଭବିଷ୍ୟତରେ ମଧ୍ୟ ଆମେ ପାକିସ୍ତାନ ସହିତ ଦ୍ୱିପାକ୍ଷିକ ସିରିଜ୍ ଖେଳିବୁ ନାହିଁ।”

ad-week
Leave A Reply

Your email address will not be published.