ଭାରତର ଚେତାବନୀ ପରେ ପାକ୍ ଥରହର, ଡାକିଲା ରୁଦ୍ଧଦ୍ଵାର ବୈଠକ

add-all

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣର ଦୃଢ଼ ଜବାବ ଦିଆଯିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଚେତାବନୀ ଦେବା ପରେ ପାକିସ୍ତାନ ଭୟଭୀତ ହୋଇପଡ଼ିଛି। ଭାରତର ପାଲଟା ଜବାବ ଆଶଙ୍କାରେ ପାକ୍‌ ପ୍ରତିରକ୍ଷା ମନ୍ତ୍ରୀ ବୁଧବାର ରୁଦ୍ଧଦ୍ଵାର ବୈଠକ ଡକାଇ ବାୟୁସେନା ଏବଂ ନୌସେନାକୁ ସଜାଗ ରହିବାକୁ ସତର୍କ କରାଇଛି।
ଆକ୍ରମଣ ପରେ ପାକିସ୍ତାନ ପକ୍ଷରୁ ପ୍ରଥମ ବିବୃତି ଜାରି କରାଯାଇ ଏହି ଘଟଣାରେ ତା’ର ସମ୍ପୃକ୍ତି ନାହିଁ ବୋଲି କହିଛି। ପାକ୍ ପ୍ରତିରକ୍ଷା ମନ୍ତ୍ରୀ ଖଓ୍ବାଜା ଆସିଫ ପହଲଗାମ ଆକ୍ରମଣରୁ ଇସଲାମାବାଦକୁ ଦୂରେଇ ରଖିବା ସହିତ ଏହି ହିଂସା ଭାରତ ବିରୋଧରେ ବଡ଼ ବିଦ୍ରୋହର ଅଂଶ ବୋଲି କହିଛି। ଭାରତରେ ବଢ଼ୁଥିବା ଆତଙ୍କବାଦ ହିଁ ଏଥିପାଇଁ ଦାୟୀ।
ସେ ଆହୁରି କହିଛନ୍ତି ଯେ, ନାଗାଲାଣ୍ଡଠାରୁ କାଶ୍ମୀର ଏବଂ ମଣିପୁର ପର୍ଯ୍ୟନ୍ତ ସବୁଠି ଭାରତ ସରକାର ବିରୋଧରେ ବିଦ୍ରୋହ ଚାଲିଛି। ଏହି ଆକ୍ରମଣ ହୋମ୍ ଗ୍ରୋନ ବା ଭାରତରେ ବିକଶିତ ଆତଙ୍କବାଦ ଦ୍ଵାରା ଘଟୁଛି।

ad-week
Leave A Reply

Your email address will not be published.