ଲିଫ୍ଟରେ ଚାପିହୋଇ ରୋଗୀ ମୃତ

add-all

ଭଦ୍ରକ: ଲିଫ୍ଟରେ ଚାପିହୋଇ ଚାଲିଗଲା ରୋଗୀଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ। ମୃତ ମହିଳା ହେଲେ ରାନ୍ଦୀଆ ପଂଚାୟତ ନରସିଂହପୁର ଗ୍ରାମର ମୀନତି ପରିଡା। ଶ୍ୱାସ ଓ ଥାଇରଏଡ଼ ସମସ୍ୟା ଥିବାରୁ ଗୁରୁବାର ସେ ଭଦ୍ରକ ଜିଲ୍ଲା ହସ୍ପିଟାଲକୁ ଆସିଥିଲେ। ବହିର୍ବିଭାଗରେ ଥିବା ଡାକ୍ତର ତାଙ୍କୁ ଆଡମିସନ କରାଇଥିଲେ। ତାଙ୍କୁ ମହିଳା ମେଡିସିନ ୱାର୍ଡକୁ ଷ୍ଟ୍ରେଚର ଯୋଗେ ଲିଫ୍ଟରେ ନିଆ ଯାଉଥିବାବେଳେ ହଠାତ ଲିଫ୍ଟ ଡୋରରେ ମହିଳା ଜଣକ ଚାପି ହୋଇଯାଇଥିଲେ। ସୌଭାଗ୍ୟବଶତଃ ତାଙ୍କ ପିଲା ଦୁଇ ଜଣ ଦୌଡ଼ି ପଳାଇ ଆସିଥିଲେ। ତେବେ ମହିଳାଙ୍କ ମୃତ୍ୟୁକୁ ନେଇ ଡାକ୍ତରଖାନାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଅନ୍ୟପଟେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ସରକାରୀ ସହାୟତା ଦିଆଯିବ ବୋଲି କହିଛନ୍ତି। ସେହିପରି ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି କଟର ମେସିନ ସାହାଯ୍ୟରେ ମୃତଦେହକୁ ବାହାର କରିଛନ୍ତି। ଘଟଣା ସ୍ଥଳରେ ଉପଜିଲାପାଳ, ତହସିଲଦାରଙ୍କ ସହ ବରିଷ୍ଠ ଅଧିକାରୀ ପହଞ୍ଚିଛନ୍ତି।

ହସ୍ପିଟାଲ୍‌ ଲିଫ୍ଟରେ ମହିଳାଙ୍କ ମୃତ୍ୟୁ ଘଟଣାରେ ୮ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରାଯାଇଛି। ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି ଜିଲ୍ଲାପାଳ।

ad-week
Leave A Reply

Your email address will not be published.