ବାହା ଆଜି ନହେଲେ କାଲି ହେବି, ହେଲେ ସରକାର ୱାଘା-ଅଟାରୀ ସୀମାକୁ ବନ୍ଦ କରି ଉଚିତ ନିଷ୍ପତ୍ତି ନେଇଛନ୍ତି

add-all

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ୱାଘା-ଅଟାରୀ ସୀମାକୁ ବନ୍ଦ କରିଦିଆଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ସୀମା ଦେଇ କେହି ପାକିସ୍ତାନରୁ ଭାରତ ଆସିପାରିବେ ନାହିଁ। କି କେହି ଭାରତରୁ ପାକିସ୍ତାନ ଯାଇ ପାରିବେ ନାହିଁ।
ଏଭଳି ପରିସ୍ଥିତି ହେତୁ ରାଜସ୍ଥାନର ବାସିନ୍ଦା ଶୈତାନ ସିଂହଙ୍କ ବିବାହକୁ ସ୍ଥଗିତ ରଖାଯାଇଛି। ଶୈତାନଙ୍କ ବିବାହ ପାକିସ୍ତାନରେ ହେବା ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ସାରିଥିଲା। ଏଭଳି ପରିସ୍ଥିତିରେ ଆତଙ୍କବାଦୀ ଆକ୍ରମଣ ଦୁଇ ପରିବାରକୁ ନିରାଶ କରି ଦେଇଛି।
ଶୈତାନ ସିଂହ କହିଛନ୍ତି, ‘ ମୋର ବିବାହ ପାକିସ୍ତାନରେ ହେବାର ଥିଲା ଥିଲା, ଯାହାକୁ ସ୍ଥଗିତ ରଖିବାକୁ ପଡ଼ିଛି। ସରକାର ପାକିସ୍ତାନ ଯିବାକୁ ଅନୁମତି ଦେଉ ନାହାନ୍ତି। କିଛି କଥା ନାହିଁ। ବାହା ଆଜି ନହେଲେ କାଲି ହେବି। ଆତଙ୍କବାଦୀ ଆକ୍ରମଣ ପରେ ସରକାର ୱାଘା-ଅଟାରୀ ସୀମାକୁ ବନ୍ଦ କରି ଉଚିତ ନିଷ୍ପତ୍ତି ନେଇଛନ୍ତି।
ଅଟାରୀ ସୀମା ବନ୍ଦ କରିବା ବ୍ୟତୀତ, ଭାରତ ଆହୁରି ଚାରୋଟି ବଡ଼ ନିଷ୍ପତ୍ତି ନେଇଛି। ଏଥିରେ ସିନ୍ଧୁ ଜଳ ଚୁକ୍ତିନାମା ସମାପ୍ତ କରିବା, ପାକିସ୍ତାନ ହାଇକମିଶନରୁ କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରିବା, ପାକିସ୍ତାନୀମାନଙ୍କର ଭିସା ବାତିଲ କରିବା ଏବଂ ବର୍ତ୍ତମାନ ଉପସ୍ଥିତ ସମସ୍ତ ପାକିସ୍ତାନୀଙ୍କୁ ୪୮ ଘଣ୍ଟା ମଧ୍ୟରେ ଦେଶ ଛାଡିବା ପାଇଁ ନିଷ୍ପତ୍ତି ଅନ୍ତର୍ଭୁକ୍ତ ରହିଛି।

ad-week
Leave A Reply

Your email address will not be published.