ପାକିସ୍ତାନ ନାଗରିକଙ୍କ ଭିସା ବାତିଲ ପରେ ଅଡୁଆରେ ସୀମା ହାଇଦର

add-all

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରି ଦେଶରେ ରହୁଥିବା ସମସ୍ତ ପାକିସ୍ତାନୀ ନାଗରିକଙ୍କ ଭିସା ବାତିଲ କରିଛନ୍ତି। ଏହା ସହିତ, ୪୮ ଘଣ୍ଟା ମଧ୍ୟରେ ଦେଶ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିଷ୍ପତ୍ତି ପରେ, ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦର ପାକିସ୍ତାନ ଫେରିବେ କି ନାହିଁ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ସୀମା ହାଇଦର ନେପାଳ ଦେଇ ଭାରତ ଆସିଥିଲେ ଏବଂ ଭାରତୀୟ ଯୁବକ ସଚିନ ମୀନାଙ୍କୁ ବିବାହ କରିଥିଲେ। ଏବେ ସେ ଉତ୍ତର ପ୍ରଦେଶର ରଘୁପୁର ଗାଁରେ ତାଙ୍କ ଶ୍ୱଶୁର ଘରେ ରହୁଛନ୍ତି ଏବଂ ନିକଟରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ସୀମା ହାଇଦରଙ୍କ ଓକିଲ ଏପି ସିଂହ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ, ସୀମାଙ୍କ ମାମଲା ଅନ୍ୟ ପାକିସ୍ତାନୀ ନାଗରିକଙ୍କ ମାମଲାଠାରୁ ଭିନ୍ନ। ତାଙ୍କର ସମସ୍ତ କାଗଜପତ୍ର ଗୃହ ମନ୍ତ୍ରାଳୟ ଏବଂ ଏଟିଏସ ନିକଟରେ ଜମା ହୋଇଛି। ଏହା ସହିତ ତାଙ୍କର ଆବେଦନ ରାଷ୍ଟ୍ରପତିଙ୍କ ନିକଟରେ ବିଚାରାଧୀନ ଅଛି। ତାଙ୍କୁ ଉତ୍ତରପ୍ରଦେଶ କୋର୍ଟରୁ ଜାମିନ ମିଳିଛି ଏବଂ ସେ ସମସ୍ତ ଆଇନଗତ ସର୍ତ୍ତାବଳୀ ପାଳନ କରୁଛନ୍ତି।
ଓକିଲ ଏହା ମଧ୍ୟ ଦାବି କରିଛନ୍ତି ଯେ, ସୀମା ଏବଂ ତାଙ୍କ ପରିବାରକୁ ପାକିସ୍ତାନ ସମର୍ଥିତ ଆତଙ୍କୀ ସଂଗଠନମାନଙ୍କଠାରୁ ହତ୍ୟା ଧମକ ମିଳୁଛି, ଯାହା ସମ୍ପର୍କରେ ସମୟ ସମୟରେ ଅଭିଯୋଗ ଦାଖଲ କରାଯାଇଛି।

ad-week
Leave A Reply

Your email address will not be published.