ଭୁବନେଶ୍ବର : ଗ୍ରୀଷ୍ମ ପ୍ରବାହ ଆରମ୍ଭ ହେବା ମାତ୍ରେ ରାଜ୍ୟ ରେ ରକ୍ତର ଅଭାବ ଦେଖା ଗଲାଣି । ବିଭିନ୍ନ ରକ୍ତ ଭଣ୍ଡାର ରେ ରକ୍ତ ର ଅଭାବ ଯୋଗୁଁ ଅନେକ ଲୋକ ହନ୍ତସନ୍ତ ହେଉଛନ୍ତି । ଏହି ପରି ସମୟ ରେ ଓଡ଼ିଶା ରକ୍ତଦାତା ମହାସଂଘ ଆଗେଇ ଆସିଛି ରକ୍ତଦାନ ଶିବିର ଆୟୋଜନ କରି କିଛକାଂଶରେ ଲାଘବ କରିବା ପାଇଁ । ଦିଗରେ ସାହାଯ୍ୟର ହାତ ବଢ଼େଇଛନ୍ତି ୱିପ୍ର ର କର୍ମକର୍ତ୍ତା ମାନେ । ଏକ ରକ୍ତଦାନ ଶିବିର ନିଜ କାର୍ଯ୍ୟାଳୟ ଠାରେ ଆୟୋଜନ କରିଛନ୍ତି । ଯୋଉଠି ସମସ୍ତ ବର୍ଗର କର୍ମଚାରୀ ମାନେ ଉତ୍ସାହ ର ସହିତ ଯୋଗଦାନ କରି ଥିଲେ ।

ଏହି ଶିବିର ରୁ ୫୭ଟି ୟୁନିଟ ସଂଗ୍ରହ କରାଯାଇ ଥିଲା । ଶିବିର ରେ ୱିପ୍ରି ତରଫରୁ ଶ୍ରୀ ମନ୍ମଥ ସାହୁ ରକ୍ତ ଦାନ କରିବା ସହିତ ଶିବିର କୁ ସୁଚାର ରୂପରେ ପରିଚାଳନା କରି ଥିଲେ । ଓଡ଼ିଶା ରକ୍ତଦାତା ମହାସଂଘ ର ସମ୍ପାଦକ ତ୍ରିଲୋଚନ ଦାଶ ଓ କୋଷାଧ୍ୟକ୍ଷ ରାଜେଶ ନାୟକ ସମସ୍ତ ବ୍ୟବସ୍ଥା କୁ ସଞ୍ଚାଳନ କରିବା ସହିତ ଆଗାମୀ ଦିନ ରେ ସାରା ରାଜ୍ୟ ଏହି ଭଳି ଶିବିର ଆୟୋଜନ କରିବା ପାଇଁ କହି ଥିଲେ । ଯୁବ ପ୍ରବର୍ତ୍ତକ ମୀନକେତନ ସାହୁ ଶିବିର ର ର ଅନେକ କାର୍ଯ୍ୟ ତୁଲାଇ ଥିଲେ । ଶେଷରେ ରାଜ୍ୟ ସଂଯୋଜକ ସନ୍ତୋଷ କୁମାର ମହାନ୍ତି ଅନୁଷ୍ଠାନର ସମସ୍ତ କର୍ମଚାରୀ ଙ୍କୁ ବହୁମୂଲ୍ୟ ରକ୍ତଦାନ ପାଇଁ ଧନ୍ୟବାଦ୍ ଜଣେଇ ଥିଲେ। ଆଗାମୀ ଦିନରେ ରେ ବିଭିନ୍ନ ଅନୁଷ୍ଠାନ ଗୁଡିକରେ ରକ୍ତଦାନ ଶିବିର ଆୟୋଜନ କୁ ନେଇ ଯୋଜନ କରାଯାଉଥିବା ମହାସଂଘ ସଭାପତି ଅକ୍ଷୟ କୁମାର ରାଉତ ପ୍ରକାଶ କରିଛନ୍ତି ।
