ଚିକିଟୀ : ଚିକିଟୀ ବିଜ୍ଞାପିତ ଅଞ୍ଚଳ ପରିଷଦ ଚିକିଟୀ ଗଡ଼ ଠାରେ ସାଇ ବାବା ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ହୋଇଯାଇଛି। ଏହା ଚଳିତ ବୈଶାଖ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ଇଂରାଜୀ ତାରିଖ ୨୧ ସୋମବାର ଠାରୁ ଆରମ୍ଭ ହୋଇ ଦୀର୍ଘ ଚାରି ଦିନ ବ୍ୟାପୀ ଏହି ପ୍ରତିଷ୍ଠା ଉତ୍ସବ ୨୪ ତାରିଖ ଗୁରୁବାର ପୂର୍ଣ୍ଣାହୁତି ହେବା କାର୍ଯ୍ୟକ୍ରମ ରହିଥିଲା।ପ୍ରଥମ ଦିବସରେ ଅଙ୍କୁରା ରୋପଣ ଓ ମଣ୍ଡପ ଅଧିବାସ ହୋଇଥିବା ବେଳେ ଦ୍ୱିତୀୟ ଦିନ ଶତାଧିକ ମହିଳା ଓ ପୁରୁଷ ଜଳ କଳସ ଧରି ଜଳଯାତ୍ରା କରିବା ପରେ ଅଗ୍ନି ସ୍ଥାପନ ହୋଇଥିଲା।ତୃତୀୟ ଦିନରେ ବୈଦିକ ରୀତିରେ ଦେବତା ସ୍ନାନ ଅନୁଷ୍ଠିତ ହୋଇଥିବା ବେଳେ ଗୁରୁବାର ଶେଷ ଦିନରେ ପ୍ରାଣ ପ୍ରତିଷ୍ଠା ସାଙ୍ଗକୁ ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ହୋଇ ଯାଇଛି।ସୁଦୂର ଭୁବନେଶ୍ୱର ରୁ ଆସିଥିବା ମୁଖ୍ୟ ପଣ୍ଡିତ କାଶୀନାଥ ମିଶ୍ର ଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ସହଯୋଗୀ ଙ୍କ ପୂଜାପାଠ ରେ ଅଞ୍ଚଳ ପ୍ରକମ୍ପିତ ହେଉଥିବା ବେଳେ ମୁଖ୍ୟ କର୍ତ୍ତା ଭାବେ ସୁଦୀପ୍ତ କୁମାର ପଟ୍ଟନାୟକ ଓ ତାଙ୍କ ସହଧର୍ମିଣୀ ଗୀତାଞ୍ଜଳି ପଟ୍ଟନାୟକ ଓ ସହ କର୍ତ୍ତା ଭାବେ ସୁରେନ ମାଝୀ ଓ ଧର୍ମ ପତ୍ନୀ ବୀଣା ପାଣି ମାଝୀ ପୁଜାରେ ବସିଥିଲେ। ଗ୍ରାମବାସୀ, ଗ୍ରାମର ଯୁବଗୋଷ୍ଠୀ ଓ ଅଞ୍ଚଳ ବାସୀ ପରିଚାଳନା ରେ ସହଯୋଗ କରୁଛନ୍ତି। ଏହି ମନ୍ଦିର ଏକ ଆଧ୍ୟାତ୍ମିକ ପରିବେଶରେ ପ୍ରକମ୍ପିତ ହେଉଥିବା ବେଳେ ରଙ୍ଗୀନ ଆଲୋକମାଳାରେ ସୁସଜ୍ଜିତ କରାଯାଇଥିଲା। ପ୍ରତ୍ୟେକ ସନ୍ଧ୍ୟା ଓ ସକାଳୁ ଶତାଧିକ ଶ୍ରଦ୍ଧାଳୁ ସମାଗମ ହେବା ସହ ସନ୍ଧ୍ୟା ଆଳତୀ, ଅନ୍ନ ଯଜ୍ଞ ରେ ସାମିଲ ହୋଇ ପ୍ରଭୁ କୃପା ଓ ଆଶିର୍ବାଦ ଗ୍ରହଣ କରୁଥିବା ଦେଖିବାକୁ ମିଳିଥିଲା।
