ମାଲକାନଗିରି, ୨୪।୪ : କାଶ୍ମୀରରେ ଆତଙ୍କବାଦୀ ମାନେ ହିନ୍ଦୁ ମାନଙ୍କୁ ହତ୍ୟା କରିଥିବା ପ୍ରତିବାଦରେ ଶୁକ୍ରବାର ଦିନ ମାଲକାନଗିରି ଜିଲ୍ଲା ସମ୍ପୂର୍ଣ ବନ୍ଦ ପାଳନ ସହିତ ବିକ୍ଷୋଭ ପ୍ରଦର୍ଶନ କରାଯିବାକୁ ବିଭିନ୍ନ ହିନ୍ଦୁ ସଂଗଠନ ଡାକରା ଦେଇଛନ୍ତି। ଜନସାଧାରଣ ତଥା ସମସ୍ତ ସନାତନୀ ବନ୍ଧୁ ମାନଙ୍କ ସହଯୋଗ କାମନା କରି ଜିଲ୍ଲା ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ଏହି ଉଦ୍ୟୋଶରେ ଆଜି ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଶ୍ରୀରାମ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ସକାଳେ ସ୍ଥାନୀୟ ବସ ଷ୍ଟାଣ୍ଡରୁ ଏକ ବିରାଟ ଶୋଭାଯାତ୍ରା ବାହାରି ସହର ପରୀକ୍ରମା କରି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହା ସହିତ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତି ଙ୍କ ଉଦେଶ୍ୟ ରେ ସ୍ମାରକ ପତ୍ର ପ୍ରଦାନ କରାଯିବ ବୋଲି ବିଶ୍ୱ ହିନ୍ଦୁ ପରିଷଦର ଜିଲ୍ଲା ସମ୍ପାଦକ ବାଲାରଜୁ ପାଢ଼ୀ ସୂଚନା ଦେଇଛନ୍ତି। ସେହିପରି ୧୨ ଘଣ୍ଟିଆ ବନ୍ଦ ପାଳନ ବେଳେ ଲୋକେ ସହଯୋଗ କରିବା ସହ ଦୋକାନ ବଜାର, ଅଫିସ ଗୁଡିକ ବନ୍ଦ ରଖିବାକୁ ଅନୁରୋଧ କରାଯାଇଛି।
