ସୀମାନ୍ତରେ ଜାରି ରହିଛି ବଡଧରଣର ମାଓ ଦମନ ଅଭିଯାନ, ଗୁଳି ବିନିମୟରେ ୫ ମାଓବାଦୀ ନିହତ, ଜବତ ହେଲାଣି ଶତାଧିକ ବୋମା

add-all

ମାଲକାନଗିରି, ୨୪।୪ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ଓ ତେଲେଙ୍ଗାନା ସୀମାରେ ବଡ ଧରଣର ମାଓ ଦମନ ଅଭିଯାନ ଜାରି ରହିଥିବା ବେଳେ ଛତିଶଗଡ଼ ବିଜାପୁରରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୫ ମାଓବାଦୀ ନିହତ ହୋଇଥିବା ଜଣା ପଡିଛି। ସୂଚନା ଅନୁଯାୟୀ ଛତିଶଗଡ ଓ ତେଲେଙ୍ଗାନା ରାଜ୍ୟ ସୀମାବର୍ତ୍ତି ଅଞ୍ଚଳରେ ୨୦୦୦ରୁ ଊର୍ଦ୍ଧ୍ଵ ମାଓବାଦୀ ଲୁଚି ରହିଥିବା ଖବର ମିଳିବ ପରେ ଗତ ତିନି ଦିନ ଧରି ଏହି ଅଞ୍ଚଳରେ ୧୦,୦୦୦ରୁ ଅଧିକ ଯବାନ ମୁତୟନ ହେବା ସହ ତଲାସି ଅଭିଯାନ ଜାରି ରହିଛି। ଯାହା ଫଳରେ ବିଜାପୁର ଓ ଭଦ୍ରାଚଲମ ସୀମାବର୍ତ୍ତୀ କରିଗେଟାଲ ଜଙ୍ଗଲରେ ମଧ୍ୟ ଏହି ଅପରେସନ ଜାରି ରହିଥିବା ବେଳେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି୫ ଜଣ ମାଓବାଦୀ ନିହତ ହୋଇଛନ୍ତି। ତେବେ ଗୁଳି ବିନିମୟରେ ୫ ଜଣ ମାଓବାଦୀଙ୍କ ମର ଶରୀରୀ ସହ ବହୁ ମାତ୍ରାରେ ମାଓ ସାମଗ୍ରୀ ସହ ବିସ୍ଫୋରକ ଜବତ କରାଯାଇଛି। ବିଭିନ୍ନ ସ୍ଥାନରେ ମାଓବାଦୀ ଖଞ୍ଜିଥିବା ଶତାଧିକ ଆଇଇଡି ବୋମାକୁ ଉଦ୍ଧାର ମଧ୍ୟ କରାଯାଇଛି। ତେବେ ମାଓବାଦୀଙ୍କ ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବଢିପାରେ ବୋଲି ଅନୁମାନ କରାଯାଉଛି। ଅପରେସନରେ ବାୟୁ ସେନାର ହେଲିକପ୍ଟର ସାମିଲ ହୋଇଛି। ଅତ୍ଯାଧୁନିକ ଡ୍ରୋନ୍ ସାହାୟତାରେ ମାଓ ଗତିବିଧି ଉପରେ ନଜର ରଖାଯାଉଛି। ତେଲେଙ୍ଗାନା ଗ୍ରେହାଉଣ୍ଡ ଓ ଛତିଶଗଡ ଡିଆରଜି ଓ କୋବ୍ରା ଯବାନ ଅପରେସନରେ ସାମିଲ ଅଛନ୍ତି। ଆଗକୁ ଏହି ଅଞ୍ଚଳରେ ଆହୁରି ବଡ ଧରଣର ଗୁଳି ବିନିମୟ ହେବାର ସମ୍ଭାବନା ରହିଥିବା ବେଳେ ମାଓ ନେତା ହିଡମା ଯବାନଙ୍କ ମୁଖ୍ୟ ଟାର୍ଗେଟରେ ରହିଛି।

ad-week
Leave A Reply

Your email address will not be published.