ଚଢ଼ାଉ ବେଳେ ଜବତ ହେଉଥିବା ଜେସିବି,ହାଇୱା, ଟିପର ଓ ଟ୍ରକକୁ କାହା ନିର୍ଦ୍ଧେଶ ରେ ଛଡା ଗଲା…!

ହୋଇ ଗଲା କି ଫିକ୍ସଙ୍ଗ…??
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଏବେ ଚୋରା ବାଲି ମାଫିଆ ମାନଙ୍କ ଚରାଭୂଇଁ ପାଲୋଟିଛି l ଯାହାକି ଗୋଦି ମିଡ଼ିଆ ଓ ନେତାଙ୍କ ଏକ ଅର୍ଥ ଆଦାୟ ର ମାଧ୍ୟମ ମଧ୍ୟ ପାଲଟିଛି ବୋଲି ଅଭିଯୋଗ ଆସୁଛି । ଏଠାକାର ନେତା- ବାବୁ- ମାଫିଆ ମାନେ ହାତକୁ ହାତ ମିଶାଇ ଖଣିଜ ଦ୍ରବ୍ୟ ଲୁଟ କରି ମାଲାମାଲ ହେଉଥିବା ରୀତିମତ ଅଭିଯୋଗ ହୋଇ ଆସୁଛି। ତାହାର ନଗ୍ନ ନମୁନା ଆସିକା ପାଟିଳିଗୁଡ଼ା ବେଆଇନ ଘାଟ ଗ୍ରାମବାସୀ ଙ୍କ ଅଭିଯୋଗ ପରେ ଅନେକ ଦିନ ପରେ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଛି। ଦିନ ଦିପହରେ ଜେସିବି ଦ୍ୱାରା ବେଆଇନ ଭାବେ ବିନା ୱାଇ-ଫର୍ମ ରେ ଆସିକା ତହସିଲ ଅନ୍ତର୍ଗତ ପାଟଳିଗୁଡ଼ା ଠାରେ ଥିବା ଋଷିକୂଲ୍ୟା ନଦୀ ଘାଟରୁ ଜେସିବି ଦ୍ୱାରା ବାଲି ଖନନ ହେଉଥିଲା। ଗ୍ରାମ ବାସୀଙ୍କ ଅଭିଯୋଗ କରିବା ଓ

ପ୍ରତିବାଦ ପରେ ପ୍ରଶାସନ ପକ୍ଷରୁ ଚଢ଼ାଉ କରି ହାଇୱା ଓ ଜେସିବି ଜବତ କରାଯାଇଛି। କାର୍ଯ୍ୟାନୁଷ୍ଠାନ ପାଇଁ କାହା ନିର୍ଦ୍ଧେଶ କୁ ଅପେକ୍ଷା କରାଯାଇଛି ତାହା କୁ ନେଇ ପ୍ରଶ୍ନ ବାଚୀ । ଚଢ଼ାଉ ରେ ସାମିଲ ଥିବା ଅଧିକାରୀ ମାନେ ଗଣ ମାଧ୍ୟମକୁ ସନ୍ତୋଷ ଜନକ ଉତ୍ତର ଦେଇପାରୁ ନାହାନ୍ତି। ଆସିକା ବେଆଇନ ବାଲି ଘାଟ ଓ ଲିଜଧାରୀ ବାଲି ଘାଟରୁ ବିନା ୱାଇଫର୍ମ ରେ ରୀତିମତ ଚୋରାରେ ବାଲି ଚାଲାଣ ପଛରେ ରାଜସ୍ୱ ଓ ଖଣି ବିଭାଗର ଆଶୀର୍ବାଦ ଥିବା ଯୋଗୁଁ ଚଢ଼ାଉ ହେଉନାହିଁ, ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଗ୍ରାମ ବାସୀଙ୍କ ଚାପ ଓ ପ୍ରତିବାଦ ପରେ ପ୍ରଶାସନ ପକ୍ଷରୁ ଚଢ଼ାଉ ହେଉଛି। ସେଠାରୁ ଜବତ ହେଉଥିବା ଜେସିବି,ହାଇୱା, ଟିପର ଓ ଟ୍ରକକୁ କାହା ନିର୍ଦ୍ଧେଶ ରେ ଛଡାଯାଉଛି ତାହା ତଦନ୍ତ ସଫେକ୍ଷ । ଏହି ବେଆଇନ ଚୋରା ବାଲି ଚାଲାଣ ପଛରେ ଥିବା ଅଦୃଶ୍ୟ ଶକ୍ତି କିଏ ବୋଲି ସାଧାରଣରେ ରେ ଚର୍ଚ୍ଚା ହେଉଛି। ପ୍ରଶାସନ ର ଏହି ଚଢ଼ାଉ ଧର୍ମକୁ ଆଖିଠାର ନୁହଁତ..? ବୋଲି ସାଧାରଣ ରେ ଚର୍ଚ୍ଚା ହେଲାଣି, ଶୁଣିବାକୁ ମିଳୁଛି କିଛି ଗୋଟିଏ ବଡ ଡିଲ ପରେ ସବୁକିଛି ରଫା ଦଫା ପାଇଁ ଯୋଜନା ଚାଲିଛି l ବର୍ତ୍ତମାନ ଗଞ୍ଜାମ ଜିଲ୍ଲା ଉପରେ ଇଡି, ଆଇ ଟି କିମ୍ବା ରାଜ୍ୟ ସରକାର ଙ୍କ ଦୃଷ୍ଟି ପଡୁନାହିଁ l ବାଲି,, ମଦ ଓ ଖଣି ମାଫିଆ ମାନଙ୍କ କବ୍ଜା ରେ ସମଗ୍ର ଜିଲ୍ଲା କହିଲେ କିଛିବି ଭୁଲ ହେବ ନାହିଁ l ଜିଲ୍ଲାର ମୁଖିଆ ନିଘୋଡ଼ ନିଦରେ ଶୁଣିବାକୁ ମିଳୁଛି ଜଣେ କିରାଣୀ ହାତରେ ବର୍ତ୍ତମାନ ଜିଲ୍ଲାର ଶାସନ ବୋଲି ଚର୍ଚ୍ଚା l ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାର ବୁଦ୍ଧିଜୀବୀ ଦାବୀ କରୁଛନ୍ତି l
