ଆସିକା ସାଂସଦଙ୍କ ଦୀର୍ଘ ଦିନ ହେଲା ଦେଖା ମିଳୁନି : କର୍ମୀ ଓ ଜନତା ହତାଶ

add-all

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସଂସଦୀୟ କ୍ଷେତ୍ର ସବୁବେଳେ ଚର୍ଚ୍ଚା ରହିଆସିଛି। ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀ ରେ ପ୍ରଥମ ଥର ଭାବେ ବିଜେପି ସାଂସଦ ନିର୍ବାଚିତ ହୋଇଛନ୍ତି। ଅନିତା ଶୁଭ ଦର୍ଶନୀ ନିର୍ବାଚିତ ହେବା ପରେ ଆସିକା ଅଞ୍ଚଳ ରେ କାଁ ଭାଁ ଆସିଥିବା ଯୋଗୁଁ ଲୋକଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଉଛି। ଡ଼ବଲ ଇଞ୍ଜିନ ସରକାର ଆସିବା ପର ଠାରୁ ବିଜେଡ଼ି ସରକାର ସମୟରେ ଯେଉଁ ସବୁ କାର୍ଯ୍ୟା ଅର୍ଦ୍ଧନିର୍ମିତ ଅବସ୍ଥା ରେ ପଡ଼ି ରହିଛି। ଆଉ କେତେ ଉନ୍ନୟନ ମୂଳକ କାର୍ଯ୍ୟା କୁ ଅନ୍ୟ ଅଞ୍ଚଳ କୁ ସ୍ଥାନାନ୍ତରିତ କରୁ ଥିବାର ଦେଖିବାକୁ ମିଳୁଛି।

ଶାସକ ଦଳର ବିଧାୟକ ଓ ସାଂସଦ ଥାଇବି କୌଣସି ଆଖି ଦୃଶିୟା କାର୍ଯ୍ୟ ହେଉନାହିଁ। ସାଂସଦ ଓ ବିଧାୟକଙ୍କ ମଧ୍ୟରେ ସୁସମ୍ପର୍କ ନଥିବା ଯୋଗୁଁ ସରକାରୀ କାର୍ଯ୍ୟକ୍ରମ ରେ ଦୁଇ ଜଣଙ୍କୁ ଏକା ସାଙ୍ଗରେ ଦେଖିବାକୁ ମିଳୁନାହିଁ। ଆସିକା ଅଞ୍ଚଳ ବାସୀ ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କ ରେ ଗୁହାରି କରିବାକୁ ସାଂସଦଙ୍କ ଠିକଣା ଖୋଜିବାକୁ ପଡୁଛି। ନୂତନ ସରକାର ଆସିବା ପରଠାରୁ ଆସିକା ର ଅଧିକାଂଶ ସରକାରୀ କାର୍ଯ୍ୟାଳୟ ରେ ବାବୁ ମାନେ ଠିକ ଭାବେ କାର୍ଯ୍ୟାଳୟ କୁ ଆସୁନାହାନ୍ତି। ଅଧିକାଂଶ ସରକାରୀ ଅଧିକାରୀ କାର୍ଯ୍ୟାଳୟ ଆସିକାରେ ବାବୁ ମାନେ ବ୍ରହ୍ମପୁର କୁ ଯିବା ଆସିବା କରୁଛନ୍ତି। ପିସି ହିସାବ ଛିଡ଼ି ଯାଇଥିବା ଯୋଗୁଁ ବାବୁ ମାନେ ବୋଲ ମାନୁନଥିବା ଚର୍ଚ୍ଚା ହେଉଛି। ନିର୍ବାଚିତ ପ୍ରତିନିଧି ମାନଙ୍କ କଥା ବେଶୀ କାର୍ଯ୍ୟ କମ ଯୋଗୁଁ ସାଧାରଣ ଜନତା ନେତାଙ୍କ ଉପରେ ଅତିଷ୍ଠ ହୋଇଥିବା ଆଲୋଚନା ହେଉଛି। ଭାଇନା ଭୁବନେଶ୍ୱର ଅପ୍ପା ଦିଲ୍ଲୀରେ ବୋଲି ଲୋକେ କହୁଛନ୍ତି। ବିଜେଡ଼ି ର ଆତ୍ମା ବିଶ୍ୱାସ ଓ ରାଜ୍ୟରେ ପରିବର୍ତ୍ତନ ର ସ୍ୱର ଯୋଗୁଁ ରାଜ୍ୟରେ ଡ଼ବଲ ଇଞ୍ଜିନ ସରକାର କରିବାର ସୁଯୋଗ ବିଜେପି କୁ ମିଳିଥିଲା। ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ବିଜେଡ଼ି, ବିଜେପି ର ଅସଲ ପରୀକ୍ଷା ହେବ ବୋଲି ସାଧାରଣ ରେ ଆଲୋଚନା ହେଲାଣି।

ad-week
Leave A Reply

Your email address will not be published.