ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳ ରେ ଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରେ ପାଦ ପାଦ ରେ ଦୁର୍ନୀତି ଦେଖା ଯାଉଛି। ଦୁର୍ନୀତି ର ଚରମ ସୀମାରେ ଏବେ ଆସିକା ପୂର୍ତ୍ତ ବିଭାଗ ବୋଲି ଚର୍ଚ୍ଚା ହେଉଛି। K2 କାର୍ଯ୍ୟାଦେଶ ର ଆଳ ଦେଖାଇ ଲକ୍ଷ ଲକ୍ଷ ଟଙ୍କାର ଫଲସ୍ସ ବିଲ ହୋଇଥିବା ଆଲୋଚନା ହେଉଛି। ଦୈୟତ୍ୱ ରେ ଥିବା ବାବୁ ମାନଙ୍କୁ K2 ସମ୍ପର୍କ ରେ ପଚାରିଲେ ଅଫିସ କୁ ଆସ କଥା ହେବା ସଫେଇ ଦିଆ ଯାଉଛି। ଅଫିସ କୁ ବାବୁ ମାନଙ୍କ ଦେଖା ମୁଳୁନାହିଁ। ଅଫିସ ରେ ଥିବା କର୍ମଚାରୀ କୁହନ୍ତି ବାବୁ ଫିଲଡ଼ କୁ ଯାଇଛନ୍ତି। ଅଫିସ ଆସିକାରେ ବାବୁ ବ୍ରହ୍ମପୁର ରେ ଅଧିକାଂଶ ବାବୁ ମାନେ ନିଜ ମର୍ଜିରେ ବ୍ରହ୍ମପୁର କୁ ଯିବା ଆସିବା କରନ୍ତି। ବାବୁ ଙ୍କୁ ଫୋନ କରିଲେ ଗୋଟେ ଉତ୍ତର ମିଳେ ମୁନୀ ବାବୁ ଆପଣଙ୍କ କଥା ବୁଝିବେ, ଏ ମୁନୀ ବାବୁ କିଏ….? ରାସ୍ତା ଘାଟ ନିର୍ମାଣ ହେବାର ସ୍ୱଳ୍ପ ସମୟ ମଧ୍ୟରେ ମରାମତି ର ଆଳ ଦେଖାଇ K2 ବିଲ କରାଯାଉଥିବା ଅଭିଯୋଗ ହେଉଛି। RTI ରେ କୌଣସି ତଥ୍ୟ ମାଗିଲେ ଯେଉଁ ତଥ୍ୟ ମଗାଯାଉଛି, ସେ ତଥ୍ୟ ର ଜେରକ୍ସ ଖର୍ଚ୍ଚ ବାବଦ କୁ ହଜାର ହଜାର ଟଙ୍କା ଲାଗିବ ବୋଲି ସୂଚନା ମାଗିଥିବା ବ୍ୟକ୍ତିଙ୍କୁ ଚିଠି ପ୍ରେରଣ କରାଯାଉଛି। ଆସିକା ପୂର୍ତ୍ତ ବିଭାଗ ରେ ଏକ ବର୍ଷ ମଧ୍ୟରେ ଯେଉଁ ସବୁ K2 କାର୍ଯ୍ୟ ହୋଇଛି, ତାହାର ଭିଜିଲାନ୍ସ ତଦନ୍ତ କରିଲେ ବାବୁ ମାନଙ୍କ ଗୁମର ଖୋଲିବ ବୋଲି ଚର୍ଚ୍ଚା ହେଉଛି।
