ଅଧିକ ଯୈାତୁକ ଦାବି କରି ନିର୍ଯାତନା, ଥାନାରେ ଏତାଲା

ହିଞ୍ଜିଳିକାଟୁ : ବିବାହର ୧ ମାସ ପରେ ଅଧିକ ଯୈାତୁକ ଦାବି କରି ଶାଶୁ ଓ ଦିଅର ମିଶି ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ ହୋଇଛି। ଅଭିଯୋଗ ପ୍ରକାରେ, ହିଞ୍ଜିଳି ଥାନା ପଥରପୁଞ୍ଜି ଗ୍ରାମର କାଜି ଜେନାଙ୍କ ଝିଅ ପୁର୍ଣିମା ଦାସଙ୍କ ସହ ଆଡପଡା ଗ୍ରାମର ବିଜୟ ଦାସଙ୍କ ପୁଅ ଜିଲୁ ଦାସଙ୍କ ସହ ୨୦୨୨ ମସିହା ଏପ୍ରିଲ ୨ ତାରିଖରେ ବାହାଘର ହୋଇଥିଲା। ବାହାଘର ସମୟରେ ବରଘର ଦାବି ମୁତାବକ ୫୫ ହଜାର ଟଙ୍କା, ମୋଟର ସାଇକେଲ ସହ ଅନ୍ୟାନ୍ୟ ଘରକରଣା ସାମଗ୍ରୀ ପ୍ରଦାନ କରାଯାଇଥିଲା। ବାହାଘରର ୧ ମାସ ପରେ ଅଧିକ ଯୈାତୁକ ଦାବି କରି ଶାଶୁ ରେଣୁ ଦାସ ଓ ଦିଅର ଫିଲୁ ଦାସ ବିଭିନ୍ନ ସମୟରେ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ଏ ସମ୍ପର୍କରେ ମହିଳା ଜଣଙ୍କ ସ୍ବାମୀଙ୍କୁ କହିଥିଲେ ମଧ୍ୟ ସେ ଏଥିପ୍ରତି କର୍ଣ୍ଣପାତ କରିନଥିଲେ। ୨୧ ତାରିଖ ରାତିରେ ଶାଶୁ ଓ ଦିଅର ମିଶି ଅଧିକ ଯୈାତୁକ ଦେବାକୁ ଦାବି କରିଥିଲେ। ଅଧିକ ଯୈାତୁକ ଦେବାକୁ ବାପାଘର ଲୋକେ ଅସମର୍ଥ ବୋଲି ପୁର୍ଣିମା କହିବାରୁ ଶାଶୁ ଓ ଦିଅର ଦୁହେଁ ମିଶି ମହିଳାଙ୍କୁ ମାଡ ମାରିଥିଲେ। ପରେ ଦିଅର ଫିଲୁ ମହିଳାଙ୍କୁ ଅସଦାଚରଣ କରିବା ସ‌ହ ଘଟଣା ସମ୍ପର୍କରେ କାହାକୁ ଜଣାଇଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ ବୋଲି ମହିଳା ଜଣଙ୍କ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୩୩୨/୨୫ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଥିବା ଥାନା ଆଇଆଇସି ଶ୍ରୀନିବାସ ସେଠି କହିଛନ୍ତି।

nis-ad
Leave A Reply

Your email address will not be published.