ପୁରୀ : ୫୦ ହଜାର ଟଙ୍କା ଦିଅ ୩ ଲକ୍ଷ ଟଙ୍କା ନିଅ । ଗାଁରେ ପଶି ଟଙ୍କା କାରବାର ବେଳେ ଘେରିଲେ ଗାଁ ଲୋକ । ନକଲି ଟଙ୍କା କାରବାର ସନ୍ଦେହରେ ୩ଜଣଙ୍କୁ ଅଟକ ରଖି ପୋଲିସ ଜିମା ଦେଲେ ଗ୍ରାମବାସୀ । ପୁରୀ ଜିଲ୍ଲା ଡେଲାଙ୍ଗ ସାଧପଡା ଗାଁରେ ଘଟିଛି ଏଭଳି ଘଟଣା ।
ଡେଲାଙ୍ଗ ପୋଲିସ ଗାଁରେ ପହଞ୍ଚି ଡକାୟତଙ୍କୁ କାବୁ କରିଛନ୍ତି । ଏହାସହ ସେମାନଙ୍କ ନିକଟରୁ ଟଙ୍କା ଗଣତି ମେସିନ ଓ ଟଙ୍କା ଛପା ପେପର ଏବଂ ଗାଡି ଜବତ କରିଛି ପୋଲିସ । ସୂଚନାନୁସାରେ, ରାତିରେ ସାଧପଡ଼ା ଗାଁକୁ ୩ ଜଣ ବ୍ୟକ୍ତି ଆସି ଲୋକଙ୍କୁ ୫୦ ହଜାର ଟଙ୍କା ଦେବାକୁ କହିଥିଲେ । ଏହା ବଦଳରେ କିଛି ଘଣ୍ଟାର ୩ ଲକ୍ଷ ଟଙ୍କା ମିଳିବ ବୋଲି କହିଥିଲେ । ଯେଉଁଥିପାଇଁ ଲୋକଙ୍କ ସନ୍ଦେହ ହୋଇଥିଲା । ଅଭିଯୁକ୍ତଙ୍କ ଠାରୁ ଟଙ୍କା ଛପା ପେପର ଓ ମେସିନ ଜବତ କରାଯାଇଛି ।
