ନୂଆଦିଲ୍ଲୀ : ପହଲଗାମ ଆକ୍ରମଣରେ ସାମିଲ ସ୍ଥାନୀୟ ଆତଙ୍କୀ ଆଦିଲ ହୁସୈନ ଥୋକରର ଅନନ୍ତନାଗ ଜିଲାର ବିଜହେରା ଅଞ୍ଚଳରେ ସ୍ଥିତ ଘରକୁ ସୁରକ୍ଷାବଳ ବୋମାରେ ଉଡାଇ ଦେଇଛନ୍ତି । ଆଦିଲ ଥୋକ ଓରଫ ଆଦିଲ ଗୁରୀ ରୂପେ ପରିଚୟ ମିଳିଛି । ପହଲଗାମର ବୈସରନ ଘାଟୀରେ ୨୨ ଏପ୍ରିଲରେ ହୋଇଥିବା ଆକ୍ରମଣ ଯୋଜନା କରିବା ଏବଂ ଏହାକୁ କାର୍ଯ୍ୟାକାରୀ କରିବାରେ ୨ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଆଦିଲ ସାହାଯ୍ୟ କରିଥିବା ସନ୍ଦେହ କରାଯାଉଥିଲା । ଶୁକ୍ରବାର ସକାଳେ ବୋମାମାଡ କରିବା ସହ ବୁଲଡୋଜର ବୁଲାଇ ତା ଘର ଭଙ୍ଗାଯାଇଛି ।
ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିଲା ଯେଉଁଥିରେ ଅଧିକାଂଶ ପର୍ଯ୍ୟଟକ ଥିଲେ ଏବଂ ଭାରତର ଅଲଗା ଅଲଗା ରାଜ୍ୟରୁ ଜମ୍ମ କଶ୍ମୀର ବୁଲିବାକୁ ଯାଇଥିଲେ । ଆତଙ୍କୀଙ୍କ ମଧ୍ୟରେ ୨ ଜଣ ସ୍ଥାନୀୟ ମଧ୍ୟ ସାମିଲ ଥିଲେ । ସୂଚନା ଅନୁସାରେ ଉଭୟ ସ୍ଥାନୀୟ ଆତଙ୍କୀ ବିଜବେହରା ନିବାସୀ ଆଦିଲ ହୁସୈନ ଥୋକର ଓ ତ୍ରାଲ ଆସିଫ୍ ସେଖ୍ ବୋଲି ଜଣାପଡିଛି ।
