ପାକିସ୍ତାନୀ ଦେଶ ଛାଡ଼ିବା ନେଇ ସବୁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ଶାହା

add-all

ଏପ୍ରିଲ ୨୭ରେ ସମସ୍ତ ପାକିସ୍ତାନୀଙ୍କ ଭିଜା ରଦ୍ଦ ହେବା ନେଇ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଏହାର ୪୮ ଘଣ୍ଟା ମଧ୍ୟରେ ପାକିସ୍ତାନୀମାନଙ୍କୁ ଭାରତ ଛାଡ଼ିବାକୁ ନିର୍ଦେଶ ଦିଆଯାଇଛି। ଏହି ନିର୍ଦେଶକୁ କିପରି କଡ଼ାକଡ଼ି ପାଳନ କରାଯିବ ସେ ନେଇ କେନ୍ଦ୍ର ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁକ୍ରବାର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ କଥା ହୋଇଛନ୍ତି। କୌଣସି ବି ପାକିସ୍ତାନୀ ଯେପରି କି ଧାର୍ଯ୍ୟ ସମୟ ପରେ ଭାରତରେ ନ ରୁହନ୍ତି ସେଥିପ୍ରତି କଡ଼ା ଦୃଷ୍ଟି ଦେବାକୁ ଶାହା କହିଛନ୍ତି। ମୁଖ୍ୟମନ୍ତ୍ରୀମାନଙ୍କୁ କୁହାଯାଇଛି ଯେ, ସମସ୍ତ ପାକିସ୍ତାନୀଙ୍କୁ ଚିହ୍ନଟ କରି ସେମାନେ କିପରି ସୁବିଧାରେ ଦେଶ ଛାଡ଼ିବେ ସେ ଦିଗରେ ପଦକ୍ଷେପ ନିଆଯାଉ। ଜାମ୍ମୁ-କାଶ୍ମୀରର ପହେଲଗାଓଁରେ ଗତ ମଙ୍ଗଳବାର ଘଟିଥିବା ଆତଙ୍କୀ ଆକ୍ରମଣକୁ ଦୃଷ୍ଟିରେ ରଖି ଭାରତ ପକ୍ଷରୁ ପାକିସ୍ତାନ ବିରୋଧରେ କୁଟନୈତିକ ସ୍ତରରେ ପଦକ୍ଷେପ ନିଆଯାଇଛି। ପାକିସ୍ତାନୀଙ୍କ ଭିଜା ରଦ୍ଦ କରି ୪୮ ଘଣ୍ଟା ମଧ୍ୟରେ ଭାରତ ଛାଡ଼ିବାକୁ ନିର୍ଦେଶ ଦିଆଯିବା ନେଇ ନିଷ୍ପତ୍ତି ହୋଇଥିଲା।

ad-week
Leave A Reply

Your email address will not be published.