ମାଲକାନଗିରି : ସ୍ବାଭିମାନ ଅଞ୍ଚଳରୁ ମାଓ ଡ଼ମ୍ପ ଉଦ୍ଧାର । ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଂଚଳର କେନ୍ଦୁଗୁଡା ଏବଂ ସଲଗାଓଁପୁଟ ଜଙ୍ଗଲରେ ମାଓ ଡ଼ମ୍ପ ଉଦ୍ଧାର କରିଛନ୍ତି ବିଏସଏଫ୍ ଯବାନ । ଗୁଇନ୍ଦା ବିଭାଗ ସୂଚନା ପାଇ ୧୭୭ ବିଏସଏଫ ବାଟାଲିୟନ ପକ୍ଷରୁ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଓପେରସନ ଜାରି ରହିଥିଲା । ସର୍ଚ୍ଚ ଅପରେସନ୍ ବେଳେ ମାଓ ଡ଼ମ୍ପ ଉଦ୍ଧାର କରିଥିଲେ ଯବାନ । ଏହି ଡ଼ମ୍ପରୁ ୨ଟି ଟିଫିନ ବୋମା,ବିଦ୍ୟୁତ ତାର ,ପ୍ଲାଷ୍ଟିକ ଡ୍ରମ,ଅକ୍ସିଜେନ ସିଲିଣ୍ଡେର ଇତ୍ୟାଦି ଉଦ୍ଧାର କରିଛନ୍ତି । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ମାଓବାଦୀ ଜଙ୍ଗଲରେ ଏଭଳି ଡ଼ମ୍ପ କରି ଅସ୍ତ୍ରଶସ୍ତ୍ର,ବିସ୍ଫରକ ଲୁଚାଇ ରଖିଥିବା ଜଣା ପଡିଛି।
