କାଳ ସାଜିଲା କାଳବୈଶାଖୀ : ଗଛ ଚାପିଦେଲା ଅଟୋ, ଦୁଇ ମୃତ

ବଲାଙ୍ଗୀର : ରାସ୍ତାରେ ଯାଉଥିବା ଅଟୋରିକ୍ସାକୁ ଚାପିଦେଲା ନିମ୍ବ ଗଛ | ଦୁଇଜଣ ମୃତ | ଏପରି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଆଠଗାଁ ରାସ୍ତାର କଂସବାହାଲ ଛକ ଠାରେ | ଅଟୋରେ ଡ୍ରାଇଭର ଓ ଜଣେ ଯାତ୍ରୀ ଆସୁଥିବା ସମୟରେ ହଠାତ ଜୋରରେ ପବନ ବହିଥିଲା | ଏବଂ ରାସ୍ତା କଡରେ ଥିବା ଏକ ବଡ ନିମ୍ବ ଗଛ ଉପୁଡି ଯାଇ ଅଟୋରିକ୍ସା ଉପରେ ପଡିଥିଲା | ଅଟୋରିକ୍ସାଟି ଚେପା ହୋଇଯାଇଥିବା ବେଳେ, ସେ ଭିତରେ ଥିବା ଜଣେ ଯାତ୍ରୀ ଓ ଡ୍ରାଇଭରଙ୍କ ଜୀବନ ଚାଲିଯାଇଛି | ପୁଇଁତଲା ପୋଲିସ ଓ ଅଗ୍ନିଶମ ବାହିନୀ ଶବକୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଜାରୀ ରଖିଛନ୍ତି | ମୃତ ଯାତ୍ରୀ ଜଣକ ତଣ୍ଡାମୁଣ୍ଡା ଗାଁର ନଦୀ ନନ୍ଦ ବୋଲି ଜଣାପଡିଛି | ମୃତ ଡ୍ରାଇଭରଙ୍କ ପରିଚୟ ମିଳିପାରିନାହିଁ |

nis-ad
Leave A Reply

Your email address will not be published.