୩ ବର୍ଷରେ ୫ ଲକ୍ଷ ଲୋକଙ୍କୁ ମିଳିବ ଘର: ପଞ୍ଚାୟତିରାଜ ମନ୍ତ୍ରୀ

add-all

ଭୁବନେଶ୍ବର: ଆସନ୍ତା ମାସରେ ଆଉ ଲକ୍ଷେ ଘର ବାଣ୍ଟିବେ ରାଜ୍ୟ ସରକାର। ୩ ବର୍ଷରେ ୫ ଲକ୍ଷ ଲୋକଙ୍କୁ ମିଳିବ ଘର। ଏନେଇ ଆଜି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ସୂଚନା ଦେଇଛନ୍ତି।

ପଞ୍ଚାୟତିରାଜ ମନ୍ତ୍ରୀ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀ ଅନ୍ତ୍ୟୋଦ୍ୱୟ ଗୃହ ଯୋଜନାରେ ଆଉ ଲକ୍ଷେ ହିତାଧିକାରୀଙ୍କୁ ସାମିଲ କରାଯିବ।.ଶାରୀରିକ ଅକ୍ଷମ, ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ, ପଦ୍ମଶ୍ରୀ ଭଳି ପୁରସ୍କାରପ୍ରାପ୍ତ ବ୍ୟକ୍ତିଙ୍କୁ ଏଥିରେ ସାମିଲ କରାଯାଉଛି।  ପ୍ରଥମ ପର୍ଯ୍ୟାୟରେ ୬୦ ହଜାର ହିତାଧିକାରୀଙ୍କୁ ସାମିଲ କରାଯାଇଥିଲା। ମେ ମାସ ଶେଷ ଯାଏଁ ଚାଲିବ ଆବାସ ସର୍ଭେ ଚାଲିବ। ଏବେ ସୁଦ୍ଧା ୨୯ ଲକ୍ଷ ହିତାଧିକାରୀ ସର୍ଭେରେ ଯୋଡ଼ି ହେଲେଣି। ସର୍ଭେରେ ଯୋଡ଼ି ହେବାକୁ ବ୍ୟାପକ ସଚେତନତା କରାଯାଇଥିଲା। 

ad-week
Leave A Reply

Your email address will not be published.