ହିଞ୍ଜିଳିକାଟୁ ପୁର୍ତ୍ତବିଭାଗ ର ବିଚିତ୍ର ନୀତି, କର୍ମୀ ଙ୍କୁ ଥଇଥାନ ପାଇଁ ରଙ୍ଗ ମାରି ଲକ୍ଷାଧିକ ଟଙ୍କା ଚଳୁ…

ଡବଲ ଇଞ୍ଜିନ ସରକାର ର ଡବଲ ଦୁର୍ନୀତି..

ସରକାର ଖେଳୁଛି ରଙ୍ଗ ଖେଳ…


ହିଞ୍ଜିଳିକାଟୁ ୨୬!୪ ଭାରତ ସରକାରଙ୍କ ପ୍ରମୁଖ ବିଭାଗଟି ହେଉଛି ସ୍ୱଚ୍ଛ ଭାରତ ମିଶନ । ପଲ୍ଲୀ ଠାରୁ ଦିଲ୍ଲୀ ଓ ଗାଁଠୁ ସହର ପର୍ଯ୍ୟନ୍ତ ସବୁଠି ସ୍ୱଚ୍ଛ ଭାରତ ମିଶନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେଥିପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ ହେଉଛି ସତ କିନ୍ତୁ ତାହା କେତେଦୂର ସଠିକ୍ ଭାବେ କାର୍ଯ୍ୟକାରୀ ହେଉଛି ତାହା ତଦନ୍ତ ସାପେକ୍ଷ । ଉକ୍ତ ଯୋଜନାରେ ବ୍ୟାପକ ଅନିୟମିତତା ସହିତ ଅନେକ ଦୁର୍ନୀତି ଦେଖିବାକୁ ମିଳିଛି । ଏଭଳି ଘଟଣା ହିଞ୍ଜିଳିକାଟୁ ପୁର୍ତ୍ତ ବିଭାଗ ଦ୍ଵାରା ହିଞ୍ଜିଳିକାଟୁ ପୈାରପରିଷଦ ଅନ୍ତର୍ଗତ ବିଈଁଚବଣିଆ ଉପନିଵନ୍ଧକ କାର୍ଯ୍ୟାଳୟ ପାଚେରୀ ରେ ଦେଖିବାକୁ ମିଳିଛି । ବିଜେଡି ତରଫରୁ ରଙ୍ଗମାରି ୫ଟି ର ଗୁଣଗାନ କରୁଥିଲେ ବର୍ତ୍ତମାନ ପୁରୁଣା ରଙ୍ଗ ଉପରେ ଗୋଲାପି ରଙ୍ଗ ମାରି ସରକାରୀ ଦଳିୟ କର୍ମୀ ମାନଙ୍କୁ ଖୁସି କରିବାରେ ଅଧିକାରୀ ମାନେ ଲାଗିପଡିଛନ୍ତି।ରଙ୍ଗ ମାରିବା ପାଇଁ ବ୍ୟବହାର ହେଉଥିବା ସାମଗ୍ରୀ ଅତି ନିମ୍ନମାନର ବୋଲି ସହରବାସୀ ଅଭିଯୋଗ କରିଛନ୍ତି ।ତେବେ ଏହି କାର୍ଯ୍ୟରେ ବ୍ୟାପକ ଚଞ୍ଚକତା କରାଯାଇଥିବା ସଙ୍ଗୀନ ଅଭିଯୋଗ ଆସିଛି। ହିଞ୍ଜିଳିକାଟୁ ସଵରେଜିଷ୍ଟାର କାର୍ଯ୍ୟାଳୟ ପାଚେରୀ ରେ ରଙ୍ଗ ମାରିବାର ଏକ ମାସ ନପୁରୁଣୁ ରଙ୍ଗ ଛାଡି ଗଲାଣି।କାନ୍ଥରେ ରଙ୍ଗ ବୋଳିବା ପରେ ଛାଡ଼ି ଯିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।ସବୁଠୁ ଗୁରୁତ୍ଵ ପୁର୍ଣ୍ଣ ବିଷୟ ହେଉଛି ଉନ୍ନତି କରଣ କାର୍ଯ୍ୟ କେତେ ପରିମାଣର ହେଉଛି,କିଭଳି ଭାବେ କାର୍ଯ୍ୟ ସମ୍ପାଦନା କରାଯିବା ନେଇ କେତେ ଅର୍ଥ ବ୍ୟୟ ବରାଦ ଅଛି,ତାର କୈଣସୀ ସୁଚନା ଫଳକ କିମ୍ବା ଚଥ୍ୟ ଉଲ୍ଲେଖ କରାଯାଇନାହିଁ।ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ମୁହଁ ଖୋଲିଲେ ସେମାନଙ୍କୁ ଧମକ ଚମକ ଦିଆଯାଇ ଚୁପକରିଦିଆଯାଉଛି।ଏହି ମନମୁଖୀ କାର୍ଯ୍ୟ କରାଯାଉଥିବା ପଛର କାରଣ କଣ ଅଞ୍ଚଳବାସୀ ଜାଣିବାକୁ ଚାହୁଁଛନ୍ତି।ରଙ୍ଗ ମାରି ସରକାରୀ ଯୋଜନାରେ ଆରାମ ଓ ବେଧଡକ ‌ହିସାଵରେ କଳାଟଙ୍କା ବାହାର କରିଦେଇଛନ୍ତି। କିଛି ଅସାଧୁ ସରକାରୀ କର୍ମଚାରୀ ଓ ଠିକାଦାର।ଏଠି ପ୍ରଶ୍ନ ଉଠୁଛି ହିଞ୍ଜିଳିକାଟୁ ପୁର୍ତ୍ତବିଭାଗରେ ଯେଉଁ ସବୁ କାର୍ଯ୍ୟ କରାଯାଇଛି, ସେଥିମଧ୍ୟରୁ ଅନେକ ସ୍ଥାନରେ ନିର୍ମାଣ ହେବାର ଅଳ୍ପ ଦିନ ଭିତରେ ନଷ୍ଟ ହେଲାଣି ତ କେଉଁଠି ଭାଙ୍ଗି ଗଲାଣି ତ, କେଉଁଠି ରଙ୍ଗ ଛାଡି ଗଲାଣି । ବିଭାଗୀୟ ଅଧିକାରୀମାନଙ୍କୁ ଅବଗତ କଲା ପରେ ମଧ୍ୟ କେହି ବି କର୍ଣ୍ଣପାତ କରୁନାହାନ୍ତି । ସ୍ୱଚ୍ଛ ଭାରତ ମିଶନରେ ଭାରତ ସରକାର ଏବଂ ଓଡିଶା ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ପ୍ରତିନିଧିଙ୍କ ଅପାରଗତା ଓ ବାଟମାରଣା ନୀତି ଯୋଗୁଁ ଅନେକ ଜାଗାରେ ଏହା ସ୍ଥାଣୁ ପାଲଟିଯାଇଛି । ପୁରୁଣା କାନ୍ଥରେ ରଙ୍ଗମାରିସୈନ୍ଦର୍ଯ୍ୟକରଣ କରିଥିଲେ ଅଧିକାରୀ। ସାମାନ୍ୟ ବର୍ଷା ପରେ ରଙ୍ଗ ଛାଡି ଯାଇଛି। ଏଥିପାଇଁ ସରକାରୀ ତହବିଲରୁ ଅର୍ଥ ଖର୍ଚ୍ଚ ହୋଇଛି। ସରକାରୀ ଦଳୀୟ କର୍ମୀଙ୍କୁ ଖୁସି କରିବାରେ ଲାଗିଛନ୍ତି ଅଧିକାରୀ।ଆଉ ଏପଟେ କେମିତି ନିମ୍ନମାନର କାମକୁ ପଦାରେ ପକାଇ ଦେଇଛି ଏହି ରଙ୍ଗ ଛାଡି ଯାଇଥିବା ସବରେଜିଷ୍ଟର କାର୍ଯ୍ୟାଳୟ କାନ୍ଥ‌।ଯଦି ଜାତୀୟ ରାଜପଥ କଡ଼ରେ ,ପୁର୍ତ୍ତ ବିଭାଗ କାର୍ଯ୍ୟାଳୟ ଓଡାକବଙ୍ଗଳା କଡ଼ରେ ଏମିତି ନିମ୍ନମାନର କାମ ହୋଇଛି,ତେବେ ଉପାନ୍ତ ଅଞ୍ଚଳରେ କାମର ମାନ କେମିତି ଥିବ ତାକୁ ନେଇ ପ୍ରଶ୍ନ ଉଠିଛି।ପୁର୍ତ୍ତ ବିଭାଗ ଓ ହିଞ୍ଜିଳିକାଟୁ ବ୍ଲକ୍ ର କିଛି କାମକୁ ଅନୁଧ୍ୟାନ କଲେ ଭାଙ୍ଗିବା ଗଢ଼ିବାରେ ଚାଲିଛି ହିଞ୍ଜିଳିକାଟୁ ର ବିକାଶ। ସରକାରୀ ଦଳୀୟ କର୍ମୀଙ୍କୁ ଖୁସି କରିବାରେ ଲାଗିଛନ୍ତି ଅଧିକାରୀ ନୂଆ ଗାର୍ଡୱଲ ନିର୍ମାଣ ହେଉଛି, କିଛି ଦିନ ପରେ ତାକୁ ଭାଙ୍ଗି ପୁଣି ନୁଆ କରାଯାଉଛି ।


ପ୍ରତିବାଦର ସ୍ବର ଖୁବ୍‌ କମ। ପ୍ରତିବାଦ ଉଠିଲେ ତାକୁ ବି ଚାପି ଦିଆଯାଉଛି । ଏପରି କି ପୁରୁଣା କାନ୍ଥରେ ରଙ୍ଗ ବୋଳି ଲକ୍ଷାଧିକ ଟଙ୍କା ଆମସାତ୍‌ କରାଯାଉଥିବା ପରି ଅଭିଯୋଗ ରହିଛି। କାନ୍ଥରେ ରଙ୍ଗ ବୋଳି ଦେଲେ ବିକାଶ ହୁଏନି ବୋଲି କହି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୂର୍ବ ସରକାରର ୫-ଟି ବ୍ୟବସ୍ଥାକୁ କଟାକ୍ଷ କରିଥିଲେ।ସରକାର ଗଠନ ପରଠାରୁ ବିଜେପି କିଛି କରୁ ବା ନକରୁ ରଙ୍ଗ ବଦଳାଇବାରେ ଲାଗିଛି । ଏବେ ସରକାରୀ କୋଠାର ପାଳି । ଗେରୁଆ ହେବରେ ଲାଗିଛି ସରକାରୀ କୋଠା । ରାଜ୍ୟର ସବୁ ସରକାରୀ କୋଠାର ରଙ୍ଗ ବଦଳିବ । ପୂର୍ତ୍ତ ବିଭାଗର ଏହି କାର୍ଯ୍ୟରେ ବ୍ୟାପକ ଚଞ୍ଚକତା କରାଯାଇଥିବା ସହରରେ ଚର୍ଚ୍ଚା ଜୋର ଧରିଛି।

nis-ad
Leave A Reply

Your email address will not be published.