ଆସିକା କେନ୍ଦ୍ରୀୟ ପଣ୍ୟାଗାର ନିଗମ ଚାଉଳ ରେ କୁଣ୍ଡା ପୋକ ସାଲୁ ବାଲୁ : କର୍ଣ୍ଣଳି ଗ୍ରାମ ବାସୀ ହନ୍ତସନ୍ତ…..!

ସରକାର ଧ୍ୟାନ ଦେବାକୁ ଅନୁରୋଧ…


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବ୍ଲକ ଅନ୍ତର୍ଗତ କର୍ଣ୍ଣଳି ଗ୍ରାମ ନିକଟରେ କେନ୍ଦ୍ରୀୟ ପଣ୍ୟାଗାର ନିଗମର ଏକ ଚାଉଳ ଗୋଦାମ ରହିଛି। ଏହି ଗୋଦାମ ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଉଳ ଗଚ୍ଛିତ କରି ରଖାଯାଉଛି। ଏଠାରୁ ବିଭିନ୍ନ ପଞ୍ଚାୟତ କୁ ଚାଉଳ ଯୋଗାଇ ଦିଆଯାଉଛି। କେନ୍ଦ୍ର ସରକାର ରାଜ୍ୟ ସରକାର ଙ୍କ ଠାରୁ ବାର୍ଷିକ ୨୦ ଲକ୍ଷ ଟଙ୍କା ଗୋଦାମ ଭଡ଼ା ବାବଦକୁ ନେଉଛନ୍ତି। ଏଠାରେ ମହଜୁଦ ଥିବା ଚାଉଳ ରେ କୁଣ୍ଡା ପୋକ ଓ ଅନ୍ୟାନ୍ୟ ପୋକ ନ ଲାଗିବା ପାଇଁ ଲକ୍ଷ ଲକ୍ଷ ଟଙ୍କାର ଔଷଧ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଛି। ଏହି ଔଷଧ ଚାଉଳ ରେ ବ୍ୟବହାର ନକରି ବାହାରେ ଫିଙ୍ଗି ଦେଉଥିବାର ଘଟଣା କିଛି ଦିନ ପୂର୍ବେ ଲୋକ ଲୋଚନକୁ ଆସିଥିଲା। ବାହାରେ ବ୍ୟବହାର ନହୋଇ ଫିଙ୍ଗା ଯାଇଥିବା ଔଷଧ ର ଫୋଟ ଓ ଖବର ନିସର୍ତ୍ତ ରେ ପ୍ରକାଶ ହୋଇଥିଲା। ବର୍ତ୍ତମାନ ଗୋଦାମ ରେ ଗଚ୍ଛିତ ଥିବା ଚାଉଳ ରେ କୁଣ୍ଡା ପୋକ ଲାଗିବା ସହ ଆଖପାଖ ଗାଁ ରେ

ଲୋକଙ୍କ ଘରେ ହଜାର ହଜାର ସଂଖ୍ୟା କୁଣ୍ଡା ପୋକ ଦେଖାଦେଉ ଥିବା ଯୋଗୁଁ ଲୋକେ ହନ୍ତସନ୍ତ ହେଉଥିବା ଅଭିଯୋଗ ହେଉଛି।ଗୃହ ଗୁଡ଼ିକରେ ମହଜୁଦ ଥିବା ଚାଉଳକୁ ବି କୁଣ୍ଡା ପୋକ ନଷ୍ଟ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଠାରେ ଦାୟିତ୍ୱ ରେ ଥିବା ଅଧିକାରୀ ଔଷଧ ବ୍ୟବହାର ନକରି ଉକ୍ତ ଔଷଧ ନଷ୍ଟ ହେଲା ଦର୍ଶାଇ ବାହାରେ ଫିଙ୍ଗି ଦେଉଥିବା ଅଭିଯୋଗ ହେଉଛି। ମୂଷା ମାନଙ୍କ ଯୋଗୁଁ ଚାଉଳ ବସ୍ତା ନଷ୍ଟ ହେବା ସହ ସହ ସହ ଚାଉଳ ବସ୍ତା ଏଣେତେଣେ ବିସ୍ତାର ହୋଇ ଗୋଦାମ ପଡି଼ ରହିରହିବା ଆଲୋଚନା ହେଉଛି। ଏଠାରେ ଦୀର୍ଘ ଦିନ ହେଲା ମାପ ଯନ୍ତ୍ର ରୀତିମତ ଅଚଳ ହେଉଛି। ଓଜନ ଯନ୍ତ୍ର ଅଚଳ ର ବାହାନା କରି ଓଜନ ରେ ବି ଠକେଇ ହେଉଥିବା ନେଇ ବିଭିନ୍ନ ପଞ୍ଚାୟତ ରୁ ଅଭିଯୋଗ ଆସୁଛି। କିଛି ଦିନ ତଳେ ମିଲେର ମାନଙ୍କୁ ଏଠାକାର ବାବୁ ମାନେ ହଇରାଣ ହରକତ କରିବା ମିଲେର ମାନଙ୍କୁ ଠାରୁ ଆସିଥିବା ଚାଉଳ ଗୋଦାମ ରେ ନରଖିବା ନେଇ ଅପ୍ରିତିକାର ପରିସ୍ଥିତି ସୃଷ୍ଟି ହୋଉଥିବାର ନଜିର ରହିଛି। ଏହି ସବୁ ଅନିୟମିତତା ସମ୍ପର୍କ ରେ କିଛି ଗୋଦି ମିଡ଼ିଆଙ୍କ ସମ୍ପୃକ୍ତି ଥିବା ଚର୍ଚ୍ଚା ହେଉଛି।

nis-ad
Leave A Reply

Your email address will not be published.