ଭୁବନେଶ୍ୱର : ରାଜ୍ୟରେ ଅସମ୍ଭାଳ ତାତି ସହ ଗୁଳୁଗୁଳି ଜାରି ରହିଥିବା ବେଳେ ତାତିରେ ଲାଗିବ ବ୍ରେକ। ଆଜିଠୁ କାଳବୈଶାଖୀ ବର୍ଷା ସମ୍ଭାବନା ରହିଥିବା ବେଳେ ଅସହ୍ୟ ଗରମରୁ ମିଳିବ ଆଶ୍ବସ୍ତି। ପୂର୍ବ ବିହାର ଓ ସଂଲଗ୍ନ ଉପ ହିମାଳୟ ପଶ୍ଚିମବଙ୍ଗ ଉପରେ ଏକ ଘୁର୍ଣ୍ଣିବଳୟ ସକ୍ରିୟ ଥିବାରୁ ବଦଳିବ ପାଗର ମିଜାଜ ।୨୬ ରୁ ୩୦ ଯାଏ ଗ୍ରୀଷ୍ମ ପ୍ରଵାହ ସହ ଗୁଳୁଗୁଳି , ବିଜୁଳି ଘଡଘଡି ସହ ବର୍ଷା, କୁଆପଥର ସହ ଝଡ ପବନ ର ସମ୍ଭାବନା ଦେଇଛି ପାଣିପାଗ ବିଭାଗ।ଏହାସହ ୨ ଦିନ ଭିତରେ ୨ ରୁ ୫ ଡିଗ୍ରୀ ତଳମାତ୍ର ମଧ୍ୟ ହ୍ରାସ ପାଇବ।
ଆସନ୍ତା ୨୪ ଘଂଟାରେ ପ୍ରବଳ ଗରମ ବା ଗ୍ରୀଷ୍ମ ପ୍ରବାହକୁ ନେଇ ଝାରସୁଗୁଡା, ବୌଦ୍ଧ, ବଲାଙ୍ଗୀର ଓ ସମ୍ବଲପୁର କୁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ଉଷ୍ମ ଆଦ୍ର ସ୍ଥିତି ପାଇଁ ବାଲେଶ୍ୱର ଭଦ୍ରକ ଯାଜପୁର କେନ୍ଦ୍ରାପଡ଼ା କଟକ ଜଗତସିଂହପୁର ଏହି ୬ ଜିଲ୍ଲାକୁ ୟେଲୋ ବର୍ଣ୍ଣିଙ୍ଗ ପାଣିପଜଜ଼ ପାଣିପାଗ ବିଭାଗ। ସେହିପରି ବିଜୁଳି ଘଡଘଡି ବୌଦ୍ଧ ସୋନପୁର ଓ ବଲାଙ୍ଗୀର ଏହି ୩ ଜିଲ୍ଲାକୁ ୟେଲୋ ବର୍ଣ୍ଣିଙ୍ଗ ସହ ୫ ଜିଲ୍ଲା ବଲାଙ୍ଗୀର ସମ୍ବଲପୁର ଦେଓଗଡ ଝାରସୁଗୁଡା ଓ ସୁନ୍ଦରଗଡ଼ କୁ ବାଦ ଦେଇ ଅବଶିଷ୍ଟ ଜଲ୍ଲାର ବିଜୁଳି ଘଡଘଡି ସହ ୩୦ ରୁ ୫୦ କିମି ଝାଡା ପବନର ବାହିବାର ସମ୍ଭାବନା କୁ ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ।
ସେହିପରି ଆସନ୍ତାକାଲି ମୟୁରଭଂଜ ବାଲେଶ୍ୱର କେନ୍ଦୁଝର କୋରାପୁଟ ଓ ଗଂଜାମ ଜିଲ୍ଲାକୁ ବିଜୁଳି ଘଡଘଡି ସହ କୂଆପଥର ବର୍ଷା ଓ ୫୦ ରୁ ୬୦ କିମି ଝଡ ପବନ ସମ୍ଭାବନା ପାଇଁ ଅରେଞ୍ଜ ବର୍ଣ୍ଣିଙ୍ଗ ଜାରି କରିଛି ବିଭାଗ। ସେହିପରି ପୁରୀ ,ଖୋର୍ଦ୍ଧା, ନୟାଗଡ, ଗଜପତି, ସୋନପୁର, ବୌଦ୍ଧ ନୂଆପଡା, ବଲାଙ୍ଗୀର, କଳାହାଣ୍ଡି , ନବରଙ୍ଗପୁର ରାୟଗଡା ଓ ମାଲକାନଗିରି ଜିଲାରେ ବିଜୁଳି ଘଡଘଡି ସହ ୪୦ ରୁ ୫୦କିମି ଝଡ ପବନ ସମ୍ଭାବନା ପାଇଁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ବିଭାଗ।୩୦ ତାରିଖ ଯାଏ କାଳବୈଶାଖୀ ବର୍ଷା ସମ୍ଭାବନା ଥିବା ବେଳେ ରାଜ୍ୟରେ ଲାଗିରହିଥିବା ଗରମରୁ ତ୍ରାହି ମିଳିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସେପଟେ ଗତ ୨୪ ଘଂଟାରେ ୧୭ ଷ୍ଟେସନରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରହିଥିବଜ଼ ବେଳେ ସର୍ବାଧିକ ତାପମାତ୍ରା ୪୪.୮ ଡିଗ୍ରୀ ଝାରସୁଗୁଡା ରେ ରେକର୍ଡ ହୋଇଛି।
