ନୂଆଦିଲ୍ଲୀ : ପହଲଗାମ୍ ହମ୍ଲା ପରେ ଭାରତର ଆକ୍ସନ ନେଇ ଛାନିଆ ହେଲା ପାକିସ୍ତାନ । ନୀରପେକ୍ଷ ତଦନ୍ତ ପାଇଁ ପ୍ରସ୍ତାବ ଦେଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫ୍। ଆରମ୍ଭ ରୁ ତୋଡ ଦେଖାଉଥିବା ପାକ୍ ଏବେ ନରମିଛି। ସିନ୍ଧୁ ଜଳଚୁକ୍ତି ସ୍ଥଗିତ ପରେ ଏବେ ଭାରତର ଶରଣରେ ପଶିଛି ପାକିସ୍ତାନ। ହମ୍ଲାର ୪ ଦିନ ପରେ ଉପାୟଶୂନ୍ୟ ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫ୍ ନୀରପେକ୍ଷ ତଦନ୍ତ ପାଇଁ ପ୍ରସ୍ତାବ ଦେଇଛନ୍ତି। ନିରପେକ୍ଷ ତଦନ୍ତ ପାଇଁ ଆମେ ସମସ୍ତ ସହଯୋଗ କରିବା ପାଇଁ ପ୍ରସ୍ତୁତ ବୋଲି ଶେହବାଜ୍ କହିଛନ୍ତି।
