ଭୁବନେଶ୍ବର : ସମସ୍ତ ପାକିସ୍ତାନୀଙ୍କୁ ରାଜ୍ୟରୁ କାଢିବା ପାଇଁ ଭାରତ ସରକାରଙ୍କ ନିର୍ଦ୍ଦେଶ ରହିଛି । ଆମ ରାଜ୍ୟ ସରକାର ଚିହ୍ନଟ କରିବା ପାଇଁ ଜିଲ୍ଲା ଅଫିସକୁ ନିର୍ଦ୍ଦେଶ ଦେଇଛନ୍ତି । କମିଶନରେଟ ପୋଲିସ ଜଣେ ପାକିସ୍ଥାନୀ ଭୁବନେଶ୍ଵରରେ ରହିଥିବା ଚିହ୍ନଟ କରିଛନ୍ତି । ତାଙ୍କ ନାମ ନଗମା ୟୁସୁଫ । କମିଶନରେଟ ପୋଲିସ ପକ୍ଷରୁ ତାଙ୍କୁ ନୋଟିସ ଜାରି କରାଯାଉଛି। ୨୭ ତାରିଖ ସୁଦ୍ଧା ଭୁବନେଶ୍ବର ଛାଡିବାକୁ ନିର୍ଦ୍ଦେଶ ରହିଛି ବୋଲି କହିଛନ୍ତି ଜଗମୋହନ ମୀନା, ଡିସିପି ଭୁବନେଶ୍ୱର ।
ସେହିପରି ବଲାଙ୍ଗିର ସାରଦା ବାଇଙ୍କୁ ବି ନୋଟିସ କରିଛି ବଲାଙ୍ଗିର ପୋଲିସ l ନିଜ ପରିବାର ସହିତ 1986ରେ ପାକିସ୍ଥାନ ରୁ ଭାରତ ଆସିଥିଲେ ସାରଦା l ଓଡିଶାର କୋରାପୁଟକୁ ପ୍ରଥମରେ ପରିବାର ସହିତ ଆସିଥିବା ସାରଦା ବଲାଙ୍ଗିରର ମହେଶ କୁକ୍ରେଜା କୁ ବିବାହ କରିଥିଲେ l ପରେ ବଲାଙ୍ଗିରରେ ସ୍ଥାୟୀ ଭାବରେ ରହୁଛନ୍ତି l ହେଲେ ତାଙ୍କ ଭିସା 1991 ମସିହାରୁ ଆଉ ପଞ୍ଜିକରଣ ହୋଇନାହିଁ l ଏବେ ବଲାଙ୍ଗିରରେ ଭୋଟ ବି ଦେଉଛନ୍ତି l ଏବେ ସରକାରଙ୍କ ନିର୍ଦ୍ଦେଶ ପରେ ଭାରତ ଛାଡିବେ ପାକିସ୍ଥାନୀ l ଏପରି ନିର୍ଦ୍ଦେଶ ପରେ ବଲାଙ୍ଗିର ପୋଲିସ ସାରଦା କୁକ୍ରେଜାଙ୍କୁ ନୋଟିସ କରିଥିବା ବଲାଙ୍ଗିର ଡି.ଆଇ.ବି ର ଅତିରିକ୍ତ ଏସ.ପି ହିମାଂଶୁ ବେହେରା ସୁଚନା ଦେଇଛନ୍ତି l
