ବ୍ରହ୍ମପୁର : କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ହୁଗୁଳାପଟା ଗ୍ରାମରେ ସଡ଼କ ଦୁର୍ଘଟଣାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି l ସୂଚନା ଥାଉକି ପ୍ରାୟ ରାତ୍ର ୮ ଘଣ୍ଟା ସମୟରେ ବୃଦ୍ଧା ଜଣକ ଗୋଟିଏ ଦୋକାନ ରୁ କିଛି କିଣି ନିଜ ଘରକୁ ଯାଉଥିବା ସମୟରେ ଗୋଟିଏ ମଟର ସାଇକେଲ ଦ୍ରୁତ ଗତିରେ ଆସି ବୃଦ୍ଧା ସାଇବାଣି ସାହୁ ଉପରେ ମାଡି ଯାଇଥିଲା, ଦୁର୍ଘଟଣାରେ ଏତେ ସାଙ୍ଘାତିକ ଥିଲାଜେ ଘଟଣା ସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି l ଦୁର୍ଘଟଣା ସ୍ଥଳରେ ଗ୍ରାମବାସୀ ମାନେ ଆସି ଉତ୍ତକ୍ତ ହୋଇ ଉକ୍ତ ମଟର ସାଇକେଲ ଟିକୁ ପୋଡି ଦେଇ ରାସ୍ତା ରୋକ କରିଥିଲେ lଦୁର୍ଘଟଣା ଘଟାଇ ଥିବା ଯୁବକ ରାମ ପଲ୍ଲୀ ଅଞ୍ଚଳ ର ବୋଲି ଗ୍ରାମବାସୀ କହିଛନ୍ତି ସେ ଅତ୍ୟଧିକ ମଦ ପିଇ ଗାଡି ଚଲାଉ ଥିଲେ ଉକ୍ତ ଯୁବକ ର ନାମ ନିରାକାର ସ୍ୱାଇଁ ବୋଲି ଜଣା ପଡିଛି l ନିମଖଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତକ୍ତ ଲୋକଙ୍କୁ ଶାନ୍ତ କରିବା ସହିତ ଘଟଣା ସ୍ଥଳରୁ ମୃତ୍ୟୁ ସାଇବାଣି ସାହୁଙ୍କ ଶବକୁ ପୋଷ୍ଟ ମୋଟମ ସକାଶେ ବ୍ରହ୍ମପୁର ବଡ଼ ମେଡିକାଲ କୁ ପଠାଇଛି ଏବଂ ଘଟଣା ର ତଦନ୍ତ କରୁଛି ଏବଂ ଦୁର୍ଘଟଣା ଘଟାଇ ଥିବା ଯୁବକ କୁ ପୋଲିସ ପ୍ରାଥମିକ ଚିକିତ୍ସା ପାଇଁ ମେଡିକାଲ କୁ ନେଇଥିବା ଜଣା ପଡିଛି l ମୃତ ବୃଦ୍ଧା ଙ୍କ ୩ ପୁଅ, ପୁଅ ମାନେ ବାପା ମା ଙ୍କ ପାଖରେ ରହୁ ନଥିଲେ ବୁଢ଼ା ବୁଢୀ ବହୁତ କଷ୍ଟ ରେ ଜୀବନ ଯାପନ କରୁଥିବା ସୂଚନା ତେଣୁ ସରକାରୀ ସାହାଜ୍ୟ ପାଇଁ ଗ୍ରାମ ବାସୀ ଦାବୀ କରୁଛନ୍ତି ନଚେତ ବୃଦ୍ଧା ବୀର ସାହୁ ବାର ଦାଣ୍ଡ ବୁଲିବା ସାର ହେବ ବୋଲି ଗ୍ରାମ ବାସୀ ଅଭିଯୋଗ କରିଛନ୍ତି l
