ବ୍ରହ୍ମପୁର ଠାକୁରାଣୀ ଯାତ୍ରା ରେ ଆସିକା ବିଧାୟକ ହଟହଟା……!

add-all

ବିଧାୟକଙ୍କ ହାତ ଧରି ପଛକୁ ଠେଲି ଦେଲେ ମୁଖ୍ୟମନ୍ତ୍ରୀ…..!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଠାରେ ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ଚାଲିଛି। ଅଜି ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବ୍ରହ୍ମପୁର ଗସ୍ତରେ ଆସି ଠାକୁରାଣୀ ଯାତ୍ରାରେ ସାମିଲ ହୋଇଥିଲେ। ମୁଖ୍ୟମନ୍ତ୍ରୀ ଆସୁଥିବା ଯୋଗୁଁ ଜିଲ୍ଲାର ବିଧାୟକ ଓ ସାଂସଦ ମାନେ ବି ଯାତ୍ରାରେ ଅଂଶ ଗ୍ରହଣ କରିଥିଲେ। ବିଚରା ଆସିକା ବିଧାୟକ ସରୋଜ ବାବୁ ବାଘ ନାଚ ଦେଖି ବାଘ ଆଡ଼କୁ ଆଙ୍ଗୁଳି ଦେଖାଇ କଣ କହୁଥିବା ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ହଟାତ ସରୋଜ ବାବୁଙ୍କ ହାତ ଧରି ପଛକୁ ଠେଲି ଦେଉଥିବାର ଦେଖିବାକୁ ମିଳିଛି। ଏହି ଭିଡ଼ିଅ ଏବେ ଗଞ୍ଜାମ ଜିଲ୍ଲା ରେ ମୋବାଇଲ କୁ ମୋବାଇଲ ଘୁରି ବୁଲୁଛି। ସରୋଜ ବାବୁଙ୍କ ପ୍ରତେକ କ୍ଷେତ୍ରରେ ହମ ବାଡା ନୀତି ଯୋଗୁଁ ଭାଇନା ସବୁବେଳେ ହଟହଟା ହେଉଥିବା ଚର୍ଚ୍ଚା ଜିଲ୍ଲାରେ ଜୋର ଧରିଛି। କାଳ ବେଳ ନକ୍ଷେତ୍ର ନଦେଖି ଭାଇନା କୁଆଡ଼େ ଆଗାମୀ ମନ୍ତ୍ରୀ ମଣ୍ଡଳ ରେ ଯାଗା ଟିକେ ମିଳିବ ବୋଲି ସବୁବେଳେ ମୁଖ୍ୟମନ୍ତ୍ରୀଙ୍କ ଆଗ ପଛ ହେଉଥିବା ଆଲୋଚନା ହେଲାଣି।କିନ୍ତୁ ଆଜିର ଏହି ଦୃଶ୍ୟ ଭିନ୍ନ ସଂକେତ ଦେଉଛି ବୋଲି ସାଧାରଣ ରେ ଚର୍ଚ୍ଚା ହେଲାଣି l

ad-week
Leave A Reply

Your email address will not be published.