ସ୍ବର୍ଗତ ଜଗନ୍ନାଥ ଦାସଙ୍କ ୨୩ତମ ଶ୍ରାଦ୍ଧବାର୍ଷିକୀ ପାଳିତ

add-all

ବ୍ରହ୍ମପୁର, ୨୭/୦୪ -ସ୍ଥାନୀୟ ନୂଆ ବାରକ୍ସ ସାହି ସ୍ଥିତ ବାସଭବନରେ ୨୭. ୦୪. ୨୦୨୫ ତାରିଖ (ରବିବାର ଦିନ) ବରିଷ୍ଠ ଫାର୍ମାସିଷ୍ଟ ସ୍ବର୍ଗତ ଜଗନ୍ନାଥ ଦାସଙ୍କ ୨୩ତମ ଶ୍ରାଦ୍ଧବାର୍ଷିକୀ ଏବଂ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି। ଏ ଅବସରରେ ସ୍ବର୍ଗତ ଦାସଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ସ୍ମୃତିଚାରଣ କରାଯାଇଛି।ସ୍ବର୍ଗତ ଦାସ ଫର୍ମାସୀ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନପାଇଁ ପ୍ରଥମ ଏମ.ଏଲ. ସ୍କ୍ରଫ ଜାତୀୟ ପୁରସ୍କାର ପାଇଥିବା ବେଳେ ତାଙ୍କ ଉଦ୍ୟମରେ ବ୍ରହ୍ମପୁର ଉପକଣ୍ଠ ମହୁଡାଠାରେ ଓଡିଶାର ପ୍ରଥମ ଫାର୍ମାସି କଲେଜ (କଲେଜ ଅଫ ଫାର୍ମାସିଟିୟୁକାଲ ସାଇନ୍ସସେସ) ପ୍ରତିଷ୍ଠା ହୋଇପାରିବା ସହ ଗଞ୍ଜାମ ଓ ପୁରୀଜ଼ିଲ୍ଲାରେ ଦୁଇ ଗୋଟି ଫାର୍ମାସି କଲେଜ ପ୍ରତିଷ୍ଠା ହୋଇପାରିଥିଲା। ସ୍ବର୍ଗତ ଦାସ ଏକାଧାରରେ ଜଣେ ସ୍ୱାଧୀନ ସଂଗ୍ରାମୀ, ମିଷ୍ଟଭାସି, ଓ ପରୋପକାରୀ ବ୍ୟକ୍ତି ଥିଲେ। ଓଡିଶା ଫାର୍ମାସୀ କ୍ଷେତ୍ରରେ ତାଙ୍କର ବିଶେଷ ଅବଦାନ ପାଇଁ ୨୦୦୧ ମସିହାରେ ତତ୍କାଳୀନ ରାଜ୍ୟପାଳ ଏମ. ଏମ. ରାଜେନ୍ଦ୍ରନ ସ୍ବର୍ଗତ ଦାସଙ୍କୁ ଜୀବନବ୍ୟାପୀ ସଫଳତା ପୁରସ୍କାର (Life Time Achivment Award)ରେ ସମ୍ମାନିତ କରିଥିଲେ ବୋଲି ତାଙ୍କ ପୁତ୍ର ପ୍ରଶାନ୍ତ କୁମାର ଦାସ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ପରିବାର ସଦସ୍ୟଙ୍କ ସମେତ ବହୁ ବୁଦ୍ଧିଜୀବି ଉପସ୍ଥିତ ରହି ସ୍ବର୍ଗତ ଦାସଙ୍କ ସ୍ମୃତିଚାରଣ କରିଥିଲେ।

ad-week
Leave A Reply

Your email address will not be published.