କର୍ମଜୀବୀ ମହିଳାଙ୍କୁ ଦୁଷ୍କର୍ମ, ପରିବାର ପକ୍ଷରୁ ଥାନାରେ ଅଭିଯୋଗ

ଯାଜପୁର : ଯାଜପୁରରେ ଲଜ୍ଜା ।  କର୍ମଜୀବୀ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ।  ବିରୋଧ କରିବାରୁ ପୀଡିତାଙ୍କୁ ଆକ୍ରମଣ କଲେ ଅଭିଯୁକ୍ତ ।  ଏନେଇ ଥାନାରେ ଅଭିଯୋଗ କରିଛନ୍ତି ମହିଳା ।  ଅଭିଯୋଗର ୭୨ ଘଣ୍ଟା ପରେ ବି ପୋଲିସର ହାତ ଖାଲି ।  ଅଭିଯୋଗ ଅନୁଯାୟୀ, ଗତକାଲି ମହିଳା ଜଣକ ଅଟୋରେ ଯାଉଥିଲେ ।

ଅଟୋ ଚାଳକଙ୍କ ସମେତ ୩ ଅଭିଯୁକ୍ତ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ । ସମସ୍ତେ ଗଣଦୁଷ୍କର୍ମ କରିବା ସହ ମହିଳାଙ୍କୁ ନିର୍ଧୁମ୍ ମାଡ ମାରିଥିଲେ ।   ମହିଳା ଜଣକ ବିରୋଧ କରିବାରୁ ତାଙ୍କୁ ମାଡ ମାରିବା ସହ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ ।  ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରିଥିଲେ ।

nis-ad
Leave A Reply

Your email address will not be published.