ରାଉରକେଲା: ଦିଅଁ ଦର୍ଶନ ସାରି ଫେରିବା ବାଟରେ ଗଛରେ ପିଟି ହେଲା ସ୍କର୍ପିଓ । ଦୁର୍ଘଟଣାରେ ନବ ବିବାହିତାଙ୍କ ସମେତ ଚାଲିଗଲା ୪ ଜଣଙ୍କର ଜୀବନ ଓ ଜଣେ ଗୁରୁତର । ଝାଡ଼ଖଣ୍ଡ ଚତରାରେ ହୋଇଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ହୋମଗାର୍ଡଙ୍କ ସ୍ତ୍ରୀ, ଶଳାକ, ଆଈ ଓ ଜଣେ ସମ୍ପର୍କୀୟ ମହିଳାଙ୍କ ସମେତ ୪ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।
ରାଉଲକେଲା ରାଏବଗା ଥାନାର ହୋମଗାର୍ଡ ଭାବରେ କାମ କରୁଥିବା ରଶ୍ମି ରଞ୍ଜନ ସାହୁଙ୍କ ଗତ ୨୦ ତାରିଖରେ ବାହାଘର ହୋଇଥିଲା । ନୂଆ ବାହା ହୋଇଥିବାରୁ ସେ ଓ ତାଙ୍କ ସ୍ତ୍ରୀଙ୍କ ସହ ଶାଳକ, ଆଇ ଓ ଜଣେ ସମ୍ପର୍କୀୟ ମହିଳାଙ୍କୁ ସାଙ୍ଗରେ ଏକ ସ୍କର୍ପିଓ ଗାଡ଼ି ରେ ଝାଡ଼ଖଣ୍ଡ ଅଞ୍ଚଳର ଚତରା ରେ ଥିବା ମା ଭଦ୍ର କାଳୀଙ୍କ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ । ଦର୍ଶନ ସାରି ସମସ୍ତେ ଘରକୁ ଫେରୁଥିବା ବେଳେ ଚତରା ନିକଟରେ ସ୍କର୍ପିଓଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଯାଇଥିଲା ।
ଘଟଣା ସମ୍ପର୍କରେ ଖବର ପାଇ ଚତରା ପୋଲିସ ପହଞ୍ଚି ମୃତକଙ୍କୁ ଉଦ୍ଧାର କରିଛି । ରାଏବଗା ଥାନାରେ କାମ କରୁଥିବା ହୋମଗାର୍ଡଙ୍କୁ ରାଞ୍ଚିର ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତର କରିଛି ପୋଲିସ ।
