ପୁଣି ଅଶାନ୍ତ ଗଞ୍ଜାମ : ଦୁଇ ଭାଇଙ୍କୁ ମାରି ଜାଳିଦେଲେ ଦୁର୍ବୃତ୍ତ, ମୃତଦେହ ଜବତ କରି ତଦନ୍ତ କରୁଛି ପୋଲିସ…

କିନ୍ତୁ ଟେର ପାଉନି ପୋଲିସ…! ଅନ୍ଧାର ରେ ବୁଲାଉଛି ବାଡ଼ି..

ବ୍ରହ୍ମପୁର : ଦୁଇ ଭାଇଙ୍କୁ ମାରି ଜଙ୍ଗଲରେ ଜାଳି ଦେଇଛନ୍ତି ଦୁର୍ବୃତ୍ତ ।  ବେଗୁନିଆପଡ଼ା ଥାନା ଶାଳବଣ ଗାଁ ଜଙ୍ଗଲରେ ଅର୍ଦ୍ଧଦଗ୍ଧ ମୃତଦେହ ଠାବ ହୋଇଛି ।  ବେଗୁନିଆପଡ଼ା ଥାନା ଅଞ୍ଚଳରେ ଘଟିଥିବା ଏହି ହତ୍ୟାକାଣ୍ଡ ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।ହତ୍ୟାର ଶିକାର ହୋଇଛନ୍ତି ସୁମଣ୍ଡଳ ଗ୍ରାମର ସଞ୍ଜୟ ବାରିକ ଏବଂ ଅଜୟ ବାରିକ। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଶାଳବଣ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି । ପାଳ ପକାଇ ଦୁଇ ଭାଇଙ୍କୁ ପୋଡ଼ି ଦେଇଛି ଦୁର୍ବୃତ୍ତ ।ପୂର୍ବ ଶତ୍ରୁତାରୁ ଏହି ହତ୍ୟା କାଣ୍ଡ ଘଟିଛି ବୋଲି ସନ୍ଦେହ କରାଯାଉଛି ।  ଦୁଇ ଭାଇଙ୍କ ମୁହଁକୁ ପୋଡ଼ି ଦିଆଯାଇଛିପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।

nis-ad
Leave A Reply

Your email address will not be published.