ନୟାଗଡ଼: ରବିବାର ଘଟିଛି ଅଭାବନୀୟ ଘଟଣା । ଗୋଡ଼ିବିଡ଼ା ଗ୍ରାମରେ ପୋଖରୀରେ ବୁଡ଼ି ତିନି ଜଣ ନାବାଳକଙ୍କର ମୃତ୍ୟୁ ହୋଇଛି । ପୋଖରୀରେ ଗାଧୋଉଥିବାବେଳେ ତିନି ନାବାଳକ ବୁଡି ଯାଇଥିଲେ ।
ଖବରମୁତାବକ, ନୟାଗଡ଼ ଦଶପଲ୍ଲା ଗୋଡ଼ିବାଡ଼ି ଗାଁରେ ଏହି ଅଘଟଣ ଘଟିଛି । ମୃତକ ହେଲେ ଗୋଡ଼ିବିଡ଼ା ଗାଁର ବିଜୟ ନାୟକଙ୍କ ୧୦ ବର୍ଷର ପୁଅ ଉମାକାନ୍ତ, ନୂ ଖାଲମଡ଼ା ଗାଁର ପ୍ରଦୀପ ପ୍ରଧାନଙ୍କ ୧୧ ବର୍ଷର ପୁଅ ରିତେଶ ଏବଂ ପୋଡ଼ାସାହି ଗାଁର କାଳୁ ଖିଲାରଙ୍କ ୧୨ ବର୍ଷର ପୁଅ ଶୁଭ ।
ସେମାନେ ୩ ଜଣ ସମ୍ପର୍କୀୟ ଭାଇ ଅଟନ୍ତି । ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଅସାବଧାନତା ବଶତଃ ପାଣିରେ ବୁଡି ଯାଇଥିଲେ । ଗ୍ରାମବାସୀ ୩ଶିଶୁଙ୍କୁ ପାଣିରୁ ଉଦ୍ଧାର କରି ଦଶପଲ୍ଲା ଡାକ୍ତରଖାନାକୁ ନେଇଥିଲେ । ଡାକ୍ତର ୩ ଶିଶୁଙ୍କୁ ମୃତ ଘୋଷଣା କରିଛନ୍ତି ।
