ଖୋର୍ଦ୍ଧା : ଜଟଣୀ ଇନ୍ଫୋଭେଲି ଥାନା ଗ୍ରାମଣ୍ଡିହ ଗ୍ରାମରେ ଅଘଟଣ । ଶ୍ୱଶୁର ଘରେ ଜ୍ୱାଇଁର ଉନ୍ମତ୍ତ କାଣ୍ଡ । ବିଳମ୍ବିତ ମଧ୍ୟରାତ୍ରି ସମୟରେ ଧାରୁଆ ଅସ୍ତ୍ରରେ ସ୍ତ୍ରୀ ଓ ଶାଶୁକୁ ଆକ୍ରମଣ ପରେ ଶଳାର ପ୍ରତି ଆକ୍ରମଣରେ ଜ୍ୱାଇଁ ଦିବାକର ବସ୍ତିଆଙ୍କ ମୃତ୍ୟୁ ଘଟିଛି । ଉଭୟ ଶାଶୁ ଓ ସ୍ତ୍ରୀ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଛନ୍ତି । ଘଟଣା ସ୍ଥଳରେ ଇନ୍ଫୋଭ୍ୟାଲି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
