ରାୟଗଡ଼ା ଶ୍ରୀ ସତ୍ୟ ସାଇ ଭ୍ରାମ୍ୟମାଣ ଚିକିତ୍ସାଳୟ ପକ୍ଷରୁ ସମ୍ପୂର୍ଣ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର

add-all

ରାୟଗଡ଼ା : ରାୟଗଡ଼ା ଶ୍ରୀ ସତ୍ୟ ସାଇ ଭ୍ରାମ୍ୟମାଣ ଚିକିତ୍ସାଳୟ ପକ୍ଷରୁ ଜେ କେ ପୁର ସାଇ ସମିଥି ଆନୁକୂଲ୍ୟରେ କୋଲନାରା ବ୍ଲକ ଅନ୍ତର୍ଗତ ଦୁନ୍ଦୁଲି ଗ୍ରାମ ପଞ୍ଚାୟତ ଠାରେ ସମ୍ପୂର୍ଣ ନିଃଶୁଳ୍କ ତଥା ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ସମୁଦାୟ ୨୦୬ ଗରୀବ ରୋଗୀ ଉପକୃତ ହୋଇପାରିଛନ୍ତି। ସେଥି ମଧ୍ୟରୁ ୧୬୫ ଜଣ ଭେଷଜ, ୧୬ ଜଣ ଦାନ୍ତ, ୬୮ ଜଣ ଚକ୍ଷୁ ଚିକିଛା ପାଇପାରିଛନ୍ତି। ୩୪ ବିଭିନ୍ନ ରୋଗୀଙ୍କର ରକ୍ତ ନମୁନା ପରୀକ୍ଷା କରାଯାଇଥିଲା ଏବଂ ୦୨ ଜଣ ହୃଦ ରୋଗୀଙ୍କର ECG ପରୀକ୍ଷା କରାଯାଇଥିଲା। ସେଥିରୁ ଜଣେ ଜଟିଳ ହୃଦ ରୋଗୀକୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିଛାଳୟ ପଠାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବାରେ ଦୁନ୍ଦୁଲି ସରପଞ୍ଚ ଶ୍ରୀ ରବି, ୱାର୍ଡ ମେମ୍ବର, ଆଶା ଦିଦି ମାନେ ବହୁତ ସହଯୋଗ କରିଥିଲେ। ଏହି କାର୍ଯ୍ୟ କ୍ରମରେ ମୁଖ୍ୟତଃ ଡାକ୍ତର ଏମ ସୁରେଶ କୁମାର ଚକ୍ଷୁ ବିଶେଷଜ୍ଞ, ଡାକ୍ତର ଜି ଭି ରାମନା ଶିଶୁ ରୋଗ ବିଶେଷଜ୍ଞ, ଡାକ୍ତର ଭି ଲୋକନାଥ ରାଜୁ ଅବସର ପ୍ରାପ୍ତ ଜିଲ୍ଲା ଚିକିଛା ଅଧିକାରୀ, ଡାକ୍ତର ସୌମ୍ୟ ରଞ୍ଜନ ନାୟକ, ଏମ ଓ କୋଲନରା, ଡାକ୍ତର ହିରାଚାନ୍ଦ ପଟନାୟକ ଓ ଡାକ୍ତର ମଧୁସ୍ମିତା ଜୈନ ବିଶିଷ୍ଟ ଦନ୍ତ ଚିକିଛକ ଏହି ସେବା ରେ ଯୋଗଦାନ କରିଥିଲେ। ସେହିପରି ଫାର୍ମାସିଷ୍ଟ ଶ୍ରୀ ଏ ମୁରଲୀ ଧର ବେହେରା ଓ ଶ୍ରୀ ପ୍ରମୋଦ କୁମାର ସାହୁ chc କୋଲନରା, ରକ୍ତ ନିଦାନ ପରୀକ୍ଷକ ଶ୍ରୀ ମନୋଜ କୁମାର ପାଢ଼ୀ, ଚକ୍ଷୁ ସହାୟକ ଶ୍ରୀ ମୀନକେତନ କୋଣ୍ଡାଗରି, ଏଲ ଭି ପ୍ରସାଦ ଚକ୍ଷୁ ଚିକିଛାଳୟ, ଶ୍ରୀମତୀ ସ୍ୱପ୍ନା ରାଣୀ ମିଶ୍ର ଦନ୍ତ ସହାୟକ ଏବଂ ସେଞ୍ଚୁରିଆନ ୟୁନିଭେର୍ସିଟି ର ରକ୍ତ ନମୁନା ପରୀକ୍ଷାର୍ଥୀ ଛାତ୍ରମାନେ ଯୋଗ ଦେଇଥିଲେ। ସମସ୍ତ ରୋଗୀଙ୍କୁ ଉପଯୁକ୍ତ ମାଗଣା ଔଷଧ ବିତରଣ କରାଯାଇଥିଲା। ଶ୍ରୀ ସତ୍ୟ ସାଇ ସଂଗଠନର ୨୫ ଜଣ ସେବାଦଳ ସେବା କାର୍ଯ୍ୟରେ ଯୋଗ ଦେଇଥିଲେ ଓ ଶ୍ରୀ ସୁରି ନାଗେଶ୍ୱର ରାଓ, କୋଳନରା ସମସ୍ତ ସେବକମାନଙ୍କ ପାଇଁ ମଧ୍ୟାହ୍ନ ପ୍ରସାଦ ଭୋଜନ ବ୍ୟବସ୍ଥା କରିଥିଲେ। ଜିଲ୍ଲା ସଂଗଠନର ସଭାପତି ଶ୍ରୀ ଏସ ଭି ରମଣ ମୂର୍ତ୍ତୀ ଙ୍କ ଉପସ୍ଥିତି ରେ ସମସ୍ତ ଶିବିର ପରିଚାଳନା କାର୍ଯ୍ୟକୁ ଉକ୍ତ ଭ୍ରାମ୍ୟ ମାଣ ଚିକିଛାଳୟର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ଲକ୍ଷ୍ମୀ ନାରାୟଣ ସାହୁ ସୁଚାରୁ ରୂପେ ତୁଲାଇଥିଲେ। ପ୍ରକାଶ ଥାଉକି ଗତ ଅଗଷ୍ଟ ୨୦୨୪ ଠାରୁ ପ୍ରତି ରବିବାର ଦିନ ଏହି ନିଶୁକ୍ଳ ଚିକିଚ୍ଛା ସେବା ବିଭିନ୍ନ ସ୍ଥାନରେ ଯୋଗାଇଦେଇ ଆସୁଅଛି। ଆସନ୍ତା ରବିବାର ଏହିସେବା କାର୍ଯ୍ୟ ବୈରାଗୀ ହାଲୁଆ ପଞ୍ଚାୟତ ଠାରେ ଅନୁଷ୍ଠିତ ହେବ ବୋଲି ରାୟଗଡ଼ା ସତ୍ୟ ସାଇବାବା ସମିତି ପକ୍ଷରୁ ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.