୬୩ ହଜାର କୋଟିର ୨୬ଟି ରାଫେଲ ବିମାନ କିଣିବ ଭାରତ

add-all

ନୂଆଦିଲ୍ଲୀ: ବାୟୁସେନା ପରେ ନୌସେନାରେ  ରାଫେଲ ସାମିଲ ହେବ, ଯାହା ନୌସେନାର ଶକ୍ତି ବୃଦ୍ଧିରେ ସହାୟକ ହେବ। ରାଫେଲ କ୍ରୟ ନେଇ ଫ୍ରାନ୍ସ ସହ ଭାରତ ଚୁକ୍ତି ସ୍ବାକ୍ଷରିତ କରିବ । ଭାରତ ୨୬ଟି ରାଫେଲ୍ ମେରାଇନ୍ ଲଢ଼ୁଆ ବିମାନ କିଣିବା ପାଇଁ ଆଜି ଫ୍ରାନ୍ସ ସହ ୬୩ ହଜାର କୋଟି ଟଙ୍କାର ଚୁକ୍ତି ସ୍ବାକ୍ଷରିତ କରିବ। ସେଥିମଧ୍ୟରୁ ୨୨ଟି ସିଙ୍ଗିଲ ସିଟର ଏବଂ ୪ଟି ଟ୍ୱିନ ସିଟର ରାଫେଲ ଥିବା ବୋଲି ଜଣାପଡ଼ିଛି। ପ୍ରତିରକ୍ଷା ମନ୍ତ୍ରାଳୟ ଅଧିକାରୀ ଏବଂ ଫ୍ରାନ୍ସ ରାଷ୍ଟ୍ରଦୂତ ଏହି ଚୁକ୍ତି ସ୍ୱାକ୍ଷର କରିବେ।  ଉଭୟ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଭର୍ଚୁଆଲ୍ ମୋଡରେ ଯୋଗଦେବେ ବୋଲି ସୂଚନା ମିଳିଛି।

ଯୁଦ୍ଧପୋତ ଆଇଏନଏସ ବିକ୍ରାନ୍ତରେ ମୁତୟନ ପାଇଁ ୨୬ଟି ରାଫେଲ୍ ତୁରନ୍ତ କିଣିବା ଆବଶ୍ୟକ ରହିଛି।  ପ୍ରତିରକ୍ଷା ସଂପର୍କିତ କ୍ୟାବିନେଟ୍ କମିଟି ଏହି ୬୩ ହଜାର କୋଟି ଟଙ୍କାର ଡିଲକୁ ମଞ୍ଜୁରୀ ଦେଇଥିଲା। ବର୍ତ୍ତମାନ ବାୟୁସେନାରେ ୬ଟି ରାଫେଲ୍ ବିମାନ କାର୍ଯ୍ୟକ୍ଷମ ରହିଛି । ସେଗୁଡ଼ିକ ଅମ୍ବାଲା ଓ ହାସିମାରା ବାୟୁସେନା ଘାଟିରେ ମୁତୟନ ରହିଛି। ନୌସେନାରେ ଆଉ ୨୬ଟି ରାଫେଲ୍ ସାମିଲ ହେବା ପରେ ଭାରତୀୟ ସେନା ପାଖରେ ରାଫେଲ୍ ସଂଖ୍ୟା ୬୨କୁ ବୃଦ୍ଧି ପାଇବ ବୋଲି ଜଣାପଡ଼ିଛ।

ad-week
Leave A Reply

Your email address will not be published.