ପାରାଦୀପ ପାଇପ ଷ୍ଟକୟାର୍ଡରେ ନିଆଁ, କୋଟି କୋଟି ଟଙ୍କାର ସ୍କ୍ରାପ ପାଇପ୍ ପୋଡ଼ି ନଷ୍ଟ

add-all

ପାରାଦୀପ : ଟେକ୍ନୋମାଉଣ୍ଟ-ମେଣ୍ଟାଲକ୍ରାଫ୍ଟ କମ୍ପାନୀ ପାଇପ ଷ୍ଟକୟାର୍ଡ ରେ ନିଆଁ । ହୁତୁ ହୁତୁ ହୋଇ ଜଳି ଯାଇଛି ପାଇପ୍ । ଘଟଣାସ୍ଥଳରେ ୭ ରୁ ଉର୍ଦ୍ଧ୍ବ ଅଗ୍ନିଶମ ଗାଡ଼ି ନିଆଁକୁ ପାଖାପାଖି ୩ ଘଣ୍ଟା ଅକ୍ଳାନ୍ତ ପରିଶ୍ରମ କରିବା ପରେ ନିଆଁକୁ ଆୟତ କରିବାରେ ସକ୍ଷମ ହୋଇପାରିଥିଲେ।

ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଜମା ହୋଇରହିଥିବା ସ୍କ୍ରାପ ପାଇପରେ ନାଆଁ ଲାଗିବା ଦ୍ବାରା ଧୂଆଁ ସାଙ୍ଗକୁ ନିଆଁ ଭୟାଭୟ ପରିସ୍ଥିତି ସୃଷ୍ଟି କରିଥିଲା। ମାଟିତଳେ ବିଛା ଯାଇଥିବା ପାରାଦୀପ-ହଳଦିଆ ଆଇଓସିଏଲ ର ପାଇପ ଲାଇନ ବିଭିନ୍ନ ସ୍ଥାନରୁ ଆସି ଷ୍ଟାକୟାଡରେ ରଖାଯାଇଥିଲା।ତେବେ ପାଇପ ଉପରେ  ପିଚୁ ଓ ପ୍ଲାଷ୍ଟିକ କୋଟିଂ ଯୋଗୁଁ ଦୀର୍ଘ ସମୟ ଧରି ନିଆଁ ଜଳୁଥିବା ରୁ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଥିଲା ଏବଂ କୋଟି କୋଟି ଟଙ୍କାର ସ୍କ୍ରାପ ପାଇପ୍ ପୋଡ଼ି ନଷ୍ଟ ହୋଇଯାଇଥିଲା।

ଅଗ୍ନିକାଣ୍ଡ ର କାରଣ ଅସ୍ପଷ୍ଟ ରହିଥିବା ବେଳେ ନିଆଁକୁ ଆୟତ୍ତ କରିବା ପାଇଁ ଆଇଓସିଏଲ, ଇଫକୋ, ପିପିଏଲ, ପାରାଦ୍ଵୀପ ବନ୍ଦର, କୁଜଙ୍ଗ ଅଗ୍ନିଶମ ବିଭାଗ ର ୭ରୁ ଉର୍ଦ୍ଧ ଗାଡ଼ି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଥିଲେ। ଫୋମ୍ ଓ ପାଣି ମାରି ନିଆଁ କୁ ଆୟତ କରିଥିଲେ ଅଗ୍ନିଶମ ବାହିନୀ। ତେବେ ୭ରୁ ଉର୍ଦ୍ଧ  ଅଗ୍ନିଶମ ଗାଡ଼ି ନିଆଁକୁ ସମ୍ପୁର୍ଣ୍ଣ ଆୟତ କରିଥିବା ବେଳେ ଏଠାରେ  ଆମର ସ୍କ୍ରାପ୍ ରହୁଥିଲା ଏବଂ ଏହାର ତଦନ୍ତ କରାଯିବ ବୋଲିି ଆଇଓସିଏଲ ପାଇପ ଲାଇନ ଚିଫ୍ ଜେନେରାଲ ମ୍ୟାନେଜର ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.