ଜଣେ ପାକିସ୍ତାନୀ ନାଗରିକ ଓଡ଼ିଶା ଛାଡ଼ିସାରିଛନ୍ତି: ପୁଲିସ ଡିଜି

add-all

ଭୁବନେଶ୍ବର: ପହଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ପରେ ଜାତୀୟ ସୁରକ୍ଷା ଚିନ୍ତା ବୃଦ୍ଧି ପାଇବା ପାଇଛି। ଓଡ଼ିଶା ସରକାର ରାଜ୍ୟରେ ବେଆଇନ ଭାବରେ ରହୁଥିବା କିମ୍ବା ଅଧିକ ସମୟ ଧରି ରହୁଥିବା ବିଦେଶୀ ନାଗରିକଙ୍କ ବିରୁଦ୍ଧରେ ସତର୍କତା ଅବଲମ୍ବନ କରିବାକୁ କଠୋର ପଦକ୍ଷେପ ନେଇଛନ୍ତି।

ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ୱାଇ ବି ଖୁରାନିଆ ସୋମବାର ସୂଚନା ଦେଇଛନ୍ତି ଯେ, ଓଡ଼ିଶାରେ ଚିହ୍ନଟ ହୋଇଥିବା ୧୨ ଜଣ ପାକିସ୍ତାନୀ ନାଗରିକଙ୍କୁ ଦେଶ ଛାଡିବାକୁ ନୋଟିସ୍ ଜାରି କରାଯାଇଛି ।
ଗଣମାଧ୍ୟମକୁ ସମ୍ବୋଧିତ କରି ଡିଜିପି କହିଛନ୍ତି, ନୋଟିସ୍ ପାଇବା ପରେ ଜଣେ ପାକିସ୍ତାନୀ ନାଗରିକ ଓଡ଼ିଶା ଛାଡି ସାରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ. ଯେଉଁମାନଙ୍କର ବୈଧ ଦୀର୍ଘକାଳୀନ ଭିସା ଅଛି କିମ୍ବା ଯେଉଁମାନଙ୍କର ଭିସା ବୃଦ୍ଧି ଆବେଦନ ପ୍ରକ୍ରିୟାଧୀନ ଅଛି ସେମାନଙ୍କ ମାମଲାର ପୃଥକ ଭାବରେ ବିଚାର କରାଯାଉଛି।

ଆମେ ସେମାନଙ୍କ ମାମଲା ସମ୍ପର୍କରେ ପରବର୍ତ୍ତୀ ନିର୍ଦ୍ଦେଶକୁ ଅପେକ୍ଷା କରିଛୁ। ଡିଜିପି କହିଛନ୍ତି, କର୍ତ୍ତୃପକ୍ଷ ଜାତୀୟ ଏବଂ ଅନ୍ତର୍ଜାତୀୟ ପ୍ରୋଟୋକଲ ଅନୁଯାୟୀ ସତର୍କତାର ସହିତ କାର୍ଯ୍ୟ କରୁଛନ୍ତି।

ad-week
Leave A Reply

Your email address will not be published.