ଭିସୁଟର ୧୦୦ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ; ୫ ଛାତ୍ରୀଙ୍କୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ

ବୁର୍ଲା: ସମ୍ବଲପୁର ଜିଲ୍ଲାର ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ)ରେ କ୍ୟାମ୍ପସରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବିଶୃଙ୍ଖଳା ଆଚରଣକାରୀ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ କର୍ତ୍ତୃପକ୍ଷ । ଏପ୍ରିଲ ୧୦ରେ ଭିସୁଟର ଜଣେ ଛାତ୍ରୀ ଫିସରି ଅଞ୍ଚଳରେ ବୁଡ଼ି ମୃତ୍ୟୁବରଣ କରିବା ପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଭିସୁଟ୍‌ କର୍ତ୍ତୃପକ୍ଷ ।

୧୦୦ ଛାତ୍ରଙ୍କ ଉପରେ କ୍ଲାସରେ କମ୍‌ ଉପସ୍ଥିତି ସହ ବିଭିନ୍ନ କାରଣକୁ ନେଇ ନିଆଗଲା କାର୍ଯ୍ୟାନୁଷ୍ଠାନ । ବିଭିନ୍ନ ଖେଳ ପ୍ରତିଯୋଗିତାରେ ଭାଗ ନେବା ଉପରେ କଟକଣା । ମେଡାଲ, ଏକାଡେମୀ ପୁରସ୍କାରରୁ ବାଦ୍‌ ସହ ଜରିମାନା ଦେବାକୁ ନିର୍ଦ୍ଦେଶ । ଏହାସହିତ ସେମାନଙ୍କଠାରୁ ୧୦୦୦ଟଙ୍କାରୁ ୫୦୦୦ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ଜରିମାନା ଆଦାୟ କରାଯିବ ଏବଂ ଗ୍ରେଡ୍ ହ୍ରାସ ନେଇ ଦଣ୍ଡବିଧାନ କରାଯିବାକୁ ନିର୍ଦେଶ ଦିଆଯାଇଛି ।

ଭିନ୍ନଭିନ୍ନ ଛାତ୍ରଛାତ୍ରୀଙ୍କ ଉପରେ ଭିନ୍ନଭିନ୍ନ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି । ସମ୍ପୃକ୍ତ ଛାତ୍ରମାନଙ୍କୁ ବିଶ୍ୱବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା, ପଦକ ପାଇଁ ଅନୁଷ୍ଠିତ ହେଉଥିବା ଅନ୍ୟାନ୍ୟ ପ୍ରତିଯୋଗିତା ଏବଂ ପୁରସ୍କାର ସମାରୋହ ଭଳି ଶୈକ୍ଷିକ ସ୍ୱୀକୃତିରେ ଅଂଶଗ୍ରହଣ କରିବାରୁ ମଧ୍ୟ ବାରଣ କରାଯାଇଛି । ଏହା ସହ ୫ ଜଣ ଛାତ୍ରୀଙ୍କୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ହୋଇଛି ।

ବିଶ୍ୱବିଦ୍ୟାଳୟ ଅଧିକାରୀମାନେ ଗୁରୁତ୍ୱାରୋପ କହିଛନ୍ତି ଯେ ଏହି ପଦକ୍ଷେପଗୁଡ଼ିକ କେବଳ ଦଣ୍ଡମୂଳକ ନୁହେଁ। “ଆମର ଲକ୍ଷ୍ୟ ସଂସ୍କାରମୂଳକ–ସମ୍ମାନ ଏବଂ ଦାୟିତ୍ୱର ମୂଲ୍ୟବୋଧକୁ ପ୍ରତିଷ୍ଠା କରିବା ସହିତ ଶୈକ୍ଷିକ ବାତାବରଣରେ ପରିଚାଳିତ କ୍ୟାମ୍ପସ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ।

nis-ad
Leave A Reply

Your email address will not be published.