କନ୍ଧମାଳ ବୈଶାଖୀ ଉତ୍ସଵ ଓ ବାଣିଜ୍ୟ ମେଳା ଉଦଘାଟିତ

add-all

କନ୍ଧମାଳ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ କୋରୋନେସନ ପଡିଆ ଠାରେ କନ୍ଧମାଳ ବୈଶାଖୀ ଉତ୍ସଵ ଓ ବାଣିଜ୍ୟ ମେଳା ୨୦୨୫ ଏକ ବର୍ଣ୍ଣାଢ଼୍ୟ ପରିବେଶ ରେ ଉଦଘାଟିତ ହୋଇଛି l ଉତ୍ସଵ କମିଟି ଅଧ୍ୟକ୍ଷ ତଥା ସାମ୍ୱାଦିକ ରାଧାମୋହନ ମହାପାତ୍ର ଙ୍କ ସଭାପତିତ୍ବ ରେ ଆୟୋଜିତ ଉଦଘାଟନୀ ଉତ୍ସଵରେ କନ୍ଧମାଳ ଏସପି ହରିଶ୍ ବିଶି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିବା ସହ ଏହି ମେଳା ଜିଲ୍ଳାର ଲୋକ କଳା ,ସଂସ୍କୃତି ପରମ୍ପରା କୂ ଲୋକ ଲୋଚନ କୁ ଆଣିବାରେ ସହାୟକ ହେବ ବୋଲି କହିଥିଲେ l ସେହିପରି ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାୟକ, ବରିଷ୍ଠ ସାମ୍ବାଦିକ ତଥା କନ୍ଧମାଳ ବୈଶାଖୀ ଉତ୍ସବ ଓ ବାଣିଜ୍ୟ ମେଳା ପରିଚଳନା କମିଟି ଅଧ୍ୟକ୍ଷ ସୁନୀଲ ପଟ୍ଟନାୟକ ଓ ମୂଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ତଥା କମିଟି ର ପରାମର୍ଶ ଦାତା ଡ.ଅରୂପ କୁମାର ଜେନା ଯୋଗ ଦେଇ ପ୍ରଥମ ଥର ପାଇଁ ସମ୍ପୂର୍ଣ୍ଣ ବେସରକାରୀ ଭାବେ କିଛି ଗଣ ମାଧ୍ୟମ ପ୍ରତିନିଧି ଓ ସମାଜସେବୀ ମିଶି ସୁନ୍ଦର ଭାବେ ଆୟୋଜନ କରିଥିବlରୁ ଭୂୟସୀ ପ୍ରଶଂସା କରିଥିଲେ l ଅଶୋକ ମହାନ୍ତି ଓ ମୁଷ୍କlନ୍ ସୁଆର ସୁଚାରୁ ରୂପେ ମଞ୍ଚ ପରିଚାଳନା କରିଥିବା ବେଳେ ସଦସ୍ୟl ବିରାଜିନି ମହାପାତ୍ର, ରୁପମ୍ବିକା ତ୍ରିପାଠୀ, ନିହରିକା ମହାନ୍ତି, ଅନୀତା ପଟ୍ଟନାୟକ, ଦିନେଶ ବେହେରା, ଏମ.ଡି. ଚିଷ୍ଟୀ, ମହାଦେବ ସାହୁ ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିଲେ l ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଅନୁଷ୍ଠିତ କୃତି ପ୍ରତିଯୋଗୀ ମlନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ l କମିଟି ଉପସଭାପତି ସୁଜିତ୍ କୁମାର ବେହେରା ଧନ୍ୟବାଦ ଦେଇଥିଲେ l ଏହି କାର୍ଯ୍ୟକ୍ରମ ଦୀର୍ଘ ୧୨ ଦିନ ବ୍ୟାପୀ ଆୟୋଜନ ହେଉଥିବା ବେଳେ ପ୍ରତ୍ୟହ ସନ୍ଧ୍ୟାରେ ବିଭିନ୍ନ ପ୍ରକାର ସଂlସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l

ad-week
Leave A Reply

Your email address will not be published.