ପାକିସ୍ତାନର ୧୬ ୟୁଟ୍ୟୁବ ଚ୍ୟାନେଲ ବ୍ୟାନ୍, ସୋସିଆଲ ମିଡିଆରେ କରୁଥିଲେ ମିଛ ପ୍ରସାରଣ

ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତ ସରକାର କଡ଼ା ପଦକ୍ଷେପ ନେଉଛନ୍ତି । ଗୃହ ମନ୍ତ୍ରଣାଳୟର ସୁପାରିଶ ପରେ ଏବେ ଭାରତ ସରକାର ପାକିସ୍ତାନର ଅନେକ ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ୟାନ୍ କରିଛନ୍ତି । ପାକିସ୍ତାନର ୧୬ଟି ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲ ବ୍ୟାନ କଲେ ଭାରତ ସରକାର ।

ଏହି ଚ୍ୟାନେଲ ମଧ୍ୟରେ ସୋଏବ ଅଖତର ଏବଂ ଆରଜୁ କାଜମୀଙ୍କ ଚ୍ୟାନେଲ ଥିବା ଜଣାପଡିଛି । ଏହାସହ ଡନ ନ୍ୟୁଜ, ଜିଓ ନ୍ୟୁଜ, ଆର୍ୟା ନ୍ୟୁଜ, ସମା ଟିଭି ଏବଂ ବୋଲ ନ୍ୟୁଜର ଚ୍ୟାନେଲ ମଧ୍ୟ ଅଛି । ରଫତାର, ଦ ପାକିସ୍ତାନ, ଜିଏନଏନ୍, ଉଜେର କି୍ରକେଟ, ଆସମା ଶିରାଜୀ, ମୁନିବ ଫାରୁକ, ଶୁନୋ ନ୍ୟୁଜ, ରାଜି ନାମା ଇତ୍ୟାଦି ସାମିଲ ରହିଛି ।

ଏହି ସବୁ ଚ୍ୟାନେଲ ଗୁଡିକ ଭାରତ ବିରୋଧରେ ଗୁଜବ ପ୍ରଚାର କରୁଥିଲେ । ସେନା ଏବଂ ସୁରକ୍ଷା ଏଜେନ୍ସି ବିରୋଧରେ ମିଛ ଏବଂ ଉସକାଇବା ପରି ଖବର ପ୍ରସାରଣ କରୁଥିବା ଅଭିଯୋଗ ହୋଇଛି । ଏସବୁ ୟୁଟ୍ୟୁବ ଚ୍ୟାନେଲ ଆଉ ଭାରତରେ ଦେଖିବାକୁ ମିଳିବ ନାହିଁ ।

ସୂଚନାଯୋଗ୍ୟ, ପୂର୍ବରୁ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରଖିବା ସହ ପାକିସ୍ତାନ ନାଗରିକଙ୍କୁ ଭାରତରେ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି । ଅଟାରୀ- ୱାଘା ଚେକପୋଷ୍ଟକୁ ବନ୍ଦ କରାଯାଇଛି । ନୂଆଦିଲ୍ଲ ସ୍ଥିତ ପାକିସ୍ତାନ ହାଇକମିସନରେ ଥିବା ଅଲୋଡା କର୍ମଚାରୀଙ୍କୁ ତଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି ।

nis-ad
Leave A Reply

Your email address will not be published.