ଗଞ୍ଜାମ ଜିଲ୍ଲାରେ ଆଇନ ଶୃଙ୍ଖଳା ସମ୍ପୂର୍ଣ ବିପର୍ଯ୍ୟସ୍ତ :କଥା କଥାକେ ଗଡୁଛି ମୁଣ୍ଡ …..!

ପୋଲିସ ର ନୀରବତା କୁ ନେଇ ଅନେକ ପ୍ରଶ୍ନ…?..!

add-all


ମାଆ ବୁଢୀ ଠାକୁରାଣୀ ଙ୍କ ଭରସାରେ ଗଞ୍ଜାମ ଜିଲ୍ଲା ବାସୀ…..!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାକୁ ଆଇନ ଶୃଙ୍ଖଳା କୁ ଦେଖି ପୋଲିସ ଜିଲ୍ଲାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟେ ହେଲା ବ୍ରହ୍ମପୁର ପୋଲିସ ଜିଲ୍ଲା ଆଉ ଗୋଟେ ହେଲା ଛତ୍ରପୁର ପୋଲିସ ଜିଲ୍ଲା। ଦୁଇ ଜିଲ୍ଲାରେ ଏବେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି। ଗତ ରବିବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ ଥିଲା ଏହି ସମୟରେ ଜିଲ୍ଲାରେ ୪ ଟି ହତ୍ୟା କାଣ୍ଡ ଘଟିଥିଲା। ଅଜି ପୁଣି ପୁରୁଷୋତ୍ତମପୁର ଥାନା ଇଲାକାର କୁଶପୁର ଗ୍ରାମରେ ଦୁଇ ପୁଅ ବାପାକୁ ଲୁହାରଡ଼ ରେ ପିଟି ପିଟି ମାରି ଦେଇଛନ୍ତି। ପୋଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଦୁଇ ପୋଲିସ ଜିଲ୍ଲାରେ କଥା କଥାକେ ମୁଣ୍ଡ ଗଡୁଛି। ସାଧାରଣ ନିର୍ବାଚନ ପରେ ନୂତନ ସରକାର ଆସିବା ପରେ ସାରା ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି। ଅପରାଧ ତତ୍ତ୍ୱ ମାନେ ପୋଲିସ କୁ ଆଉ ଖାତିରି କରୁନାହାନ୍ତି। ଅପରାଧ ଜଗତର ଆଗଧାଡିର ବାଦ ସାହା ମାନେ ଶାସକ ଦଳର ଛତ୍ର ଛାୟା ତଳେ ରହିବା ଯୋଗୁଁ ଅଜି ଗଞ୍ଜାମ ଜିଲ୍ଲା ଅପରାଧ ତତ୍ତ୍ୱ ମାନଙ୍କ ହାତକୁ ଚାଲିଯାଇଥିବା ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚା ହେଉଛି। ଅଧିକାଂଶ କରି ଗ୍ରାମାଞ୍ଚଳ ରେ ପୋଲିସ ପେଟ୍ରୋଲିଙ୍ଗ ବ୍ୟବସ୍ଥା ଠପ ହୋଇଥିବା ଭଳି ମନେ ହେଉଛି। ଗଞ୍ଜାମ ଜିଲ୍ଲାର ଦୁଇ ପୋଲିସ ଜିଲ୍ଲାର ଅଧିକାଂଶ ଥାନା ଅଧିକାରୀ ମାନଙ୍କୁ ଅଦଳ ବଦଳ କରିବା ଖାଲି ସ୍ଥାନରେ ନୂଆ ବାବୁ ମାନଙ୍କୁ ଅବସ୍ଥାପିତ କରାଯାଇଛି। ବିଜେଡ଼ି ସରକାର ସମୟରେ ଆମପୋଲିସ ସମିତି ଗଠନ କରିବା ସହ ଆଇନ ସମ୍ପର୍କ ରେ ବିଭିନ୍ନ ପ୍ରକାର ଗାଁ ଗାଁ ରେ ସଚେତନତା କାର୍ଯ୍ୟକ୍ରମ ହେଉଥିଲା। ଗଞ୍ଜାମ ଜିଲ୍ଲାକୁ ଦକ୍ଷ ପୋଲିସ ଅଧିକାରୀ ଙ୍କୁ ନିଯୁକ୍ତି ଦେବା ସହ ଏନକାଉଣ୍ଟର ଭଳି ପଦକ୍ଷେପ ନେବା ଏବେ ଜରୁରୀ ହୋଇ ପଡିଛି। ନଚେତ ଗଞ୍ଜାମ ଜିଲ୍ଲା ଦ୍ୱିତୀୟ ବିହାର ହେବାକୁ ବେଶୀ ଦିନ ଲାଗିବ ନାହିଁ ବୋଲି ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚା ହେଉଛି l ମାଫିଆ ମାନେ ସମ୍ପୂର୍ଣ ଜିଲ୍ଲା କୁ ଗ୍ରାସ କରି ସାରିଲେଣି କହିଲେ କିଛିବି ଭୁଲ ହେବ ନାହିଁ l ମଦ, ବାଲି ଜମି ଓ ଖଣିଜ ପଦାର୍ଥ ମାଫିଆ ମାନେ ପୋଲିସ କୁ ହାତ ବାରିସୀ ରୂପେ ବ୍ୟବହାର କରି ନିଜ ସାମ୍ରାଜ୍ୟ ବିସ୍ତାର କରି ଚାଲିଛନ୍ତି ପାଟି ଖୋଲିଲେ ଫୁଟୁଛି ଗୁଳି ବୁଲୁଛି ଖଣ୍ଡା ପୋଲିସ ସବୁ ଜାଣି ନିରବ ଦ୍ରଷ୍ଟା l ମାଫିଆ ମାନେ ଥାନା ମାନଙ୍କୁ ମାସିଆରି ବଟି ଦେଇ ଚୋରା ବାଲି, ମଦ ଓ ଖଣିଜ ଓ ଖଣିଜ ପଦାର୍ଥ ଚୋରା ଚାଲାଣ କରୁଛନ୍ତି ଡବଲ ଇଞ୍ଜିନ ସରକାର ରେ ଡବଲ ଲାଭ ଉଠଉଛନ୍ତି ମାଫିଆ l ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପୋଲିସ ପ୍ରଶାସନ ଶୀତ ତାପ ନିୟନ୍ତ୍ରିତ କୋଠରୀ ରେ ମସଗୁଲ ଥିବା ଦେଖିବାକୁ ମିଳୁଛି ବୋଲି ସାଧାରଣ ରେ ଚର୍ଚ୍ଚା l ପୋଲିସ ଉପରୁ ଜିଲ୍ଲା ବାସୀଙ୍କ ଅସ୍ଥା ଲୋପ ପାଇଁ ଆସିଲାଣି ଥାନା କୁ ଯିବାକୁ ଲୋକେ ଭୟ କଲେଣି, ରାଜ୍ୟ ସରକାର ଓ ରାଜ୍ୟ ପୋଲିସ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି l

ad-week
Leave A Reply

Your email address will not be published.