ଉତ୍କଳ ଗୌରବ ମଧୁବାବୁ ଜୟନ୍ତୀରେ ଓକିଲ ସଂଘ ପକ୍ଷରୁ ସ୍ୱାସ୍ଥ୍ୟସେବା ଓ ରକ୍ତଦାନ ଶିବିର ୪୩ ୟୁନିଟ ରକ୍ତସଂଗ୍ରହ

add-all

ମାଲକାନଗିରି : ମାଲକାନଗିରି ଜ଼ିଲ୍ଲା ଓକିଲ ସଂଘ ତରଫରୁ ଓକିଲ ସଂଘ ସଭାପତି ପ୍ରିତିପାଲ ସିଂ ଙ୍କ ଅଧକ୍ଷତାରେ ଓକିଲ ଦିବସ, ଉତ୍କଳ ଗୌରବ ମଧୁସୂଧାନ ଦାସ ଙ୍କ ଜନ୍ମଜୟନ୍ତୀ ଜ଼ିଲ୍ଲା ନ୍ୟାୟାଳୟ ରେ ପାଳନ କରାଯାଇଅଛି | ସର୍ବ ପ୍ରଥମେ ସମସ୍ତ ଓକିଲ ମାନେ ମଧୁ ବାବୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ ସହ ସ୍ମୃତିଚାରଣ କରିଥିଲେ ,. ବରିଷ୍ଠ ଆଇନଜୀବୀ ବଳରାମ ପାଣିଗ୍ରାହୀ,ବିଜୟୀ କୁମାର ମହାନ୍ତି,ସାୟଦ ଆନୱାର ସାହ,ଗୋବିନ୍ଦ ଚନ୍ଦ୍ର ପାତ୍ର ଓ ଗୁପ୍ତେଶ୍ୱର ମହାପାତ୍ର ଙ୍କୁ ଉତ୍ତରୀୟ ପ୍ରଦାନ ସହ ଗଛ ଚାରା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା | ଏହା ପରେ ଜ଼ିଲ୍ଲା ନ୍ୟାୟାଳୟ ପରିସରରେ ବୃକ୍ଷ ରୋପଣ,ସ୍ୱାସ୍ଥ୍ୟ ପରିକ୍ଷା ଏଵଂ ରକ୍ତ ଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ରକ୍ତ ଦାନ ଶିବିର ରେ ମୋଟ ୪୩ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଏଡିଜେ ଶ୍ରୀ ସାନ୍ତନୁ କୁମାର ଦାସ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଜଜ ସୁଶ୍ରୀ ସଂଗୀତା ପାତ୍ର, ଗ୍ରାମ୍ୟ ନ୍ୟାୟାଳୟ ଦେବେନ୍ଦ୍ରନାଥ ବାଘ, ଆଦିତ୍ୟ କୁମାର ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି ଉତ୍କଳ ଗୌରବ ମଧୁବାବୁ ଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କ ରେ ଆଲୋଚନା କରିଥିଲେ।ଜ଼ିଲ୍ଲା ଓକିଲ ସଂଘ ଉପସଭାପତି ସରୋଜ କୁମାର ମହାନ୍ତି, ସମ୍ପାଦକ ସାଗର ପାଣିଗ୍ରାହୀ,ଯୁଗ୍ମ ସମ୍ପାଦକ ଉମାଶଙ୍କର ନାୟକ, କୋଷାଦୋକ୍ଷ ବିଭୁ ଆସିଦାନ ସଗରୀୟ,ଜ଼ିଲ୍ଲା ଆଇନଜୀବୀ ତଥା ପୂର୍ବତନ ବିଧାୟକ ମାନସ ମାଡକାମି, ଆଇନଜୀବୀ ରାମ ପ୍ରସାଦ ପଟ୍ଟନାୟକ, ଦିଲିପ ପରିଛା, ଗୋପାଳ କୃଷ୍ଣ ପଣ୍ଡା,ନୃସିଂହ ଚରଣ ମହାନ୍ତି, ଲମ୍ବୋଧର ତୁରୁକ,ପ୍ରକାଶ ମହାନ୍ତି,ଜେମ୍ସ ଜୋସେଫ, ଶିଶିର ମହାପାତ୍ର, ଦିଲିପ ମିଶ୍ର, ଶ୍ୟମଘନ ମହାନ୍ତି, ଟି.ସାଇ,ଜୟନ୍ତୀ ବିଶ୍ୱାସ ଉପସ୍ଥିତ ଥିବା ସାହା ସମସ୍ତ ଆଇନଜୀବୀ ଯୋଗଦାଇଥିବାବେଳେ ଏଥିରେ ସ୍ୱାସ୍ଥ୍ୟ ବିଭାଗ,ଜଙ୍ଗଳ ବିଭାଗ,ଜୁଡ଼ିସାରୀ ବିଭାଗ ସମ୍ପୂର୍ଣ ସହଯୋଗ କରିଥିବା ବେଳେ,ସମ୍ପାଦକ ରିକ୍ଲାମେସନ ରାଇଜି କ୍ଳବ କେ.ରାହୁଲ,ଯୁବ ସମାଜ ସେବି ରବି ରାଜେଶ ସତ୍ୟଜିତ ଗୌଡ଼, ଏ.ରାଜୁ ରକ୍ତଦାନ ଶିବିର ରେ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.