ମାଲକାନଗିରିରୁ ଛତିଶଗଡ଼ ଯାଉଥିଲା ୨୪୫ କେଜି ଗଞ୍ଜେଇ : ବସ୍ ମାଲିକ ଓ ସହଯୋଗୀ ଗିରଫ, ୧.୭୨ କୋଟି ଟଙ୍କାର ସାମଗ୍ରୀ ଜବତ

ମାଲକାନଗିରି : ମାଲକାନଗିରିରୁ ଛତିଶଗଡ଼କୁ ଚୋରାଚାଲାଣ ହେଉଥିବା ୨୪୫ କେଜି ଗଞ୍ଜେଇ ଛତିଶଗଡ଼ର ଗୋରେଲା-ପେଣ୍ଡ୍ରା-ମରୱାହି ଜିଲ୍ଲା ପୁଲିସ ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ୧ କୋଟି ୨୨ ଲକ୍ଷ ଟଙ୍କା ବୋଲି ପୁଲିସ କହିଛି। ଏଥିସହ ପ୍ରାୟ ୫୦ ଲକ୍ଷ ଟଙ୍କାର ବସ୍ ଓ ୩ଟି ମୋବାଇଲ ମଧ୍ୟ ଜବତ ହୋଇଛି। ସୂଚନା ଆଧାରରେ ପୁଲିସ କୋଟମୀ ଅଞ୍ଚଳରେ ଜାଗୁଆର ଟ୍ରାଭେଲ୍ସର ଓଡି-୩୦-ଡି-୦୬୦୬ ନମ୍ବର ବସ୍‌କୁ ଅଟକାଇ ତଲାସି କରିଥିଲା। ବସ୍‌ର ସ୍ଲିପର ସିଟ୍ ଉପରେ ଥିବା ୩ଟି ବସ୍ତାରୁ ୪୯ ପ୍ୟାକେଟ୍ ଗଞ୍ଜେଇ ମିଳିଥିଲା। ଘଟଣାରେ ମାଲକାନଗିରିର ଦିଲୀପ କୁମାର ହିଣ୍ଡିଆ (ବସ୍ ମାଲିକ) ଓ ଧନୌରା-ମରୱାହି ଅଞ୍ଚଳର ଭୀମସେନ କେଉଁଟଙ୍କୁ ପୁଲିସ ଗିରଫ କରିଛି। ଗଞ୍ଜେଇ କୋରବା ଓ ଜିପିଏମ୍ ଅଞ୍ଚଳକୁ ଯାଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏନ୍‌ଡିପିଏସ୍ ଆଇନରେ ମାମଲା ରୁଜୁ କରି ପୁଲିସ ଅନ୍ୟ ସପ୍ଲାୟର ଓ ରିସିଭରଙ୍କୁ ଖୋଜୁଛି।

ad-week
Leave A Reply

Your email address will not be published.