ମେନିଆପାଜୁ ଜଙ୍ଗଲରୁ ହାତୀର ଗଳିତ ଶବ ଉଦ୍ଧାର

ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ବନ୍ୟ ପ୍ରାଣୀ ସପ୍ତାହ ପାଳନ ଚାଲିଥିବା ବେଳେ ଜାମୁଖୋଲ ବିଟର ମେନିଆପାଜୁ ଜଙ୍ଗଲରୁ ଏଜ ହାତୀର ଗଳିତ ମୃତ ଦେହ ଠାବ କରାଯାଇଛି । ୭ ଦିନ ତଳେ ହାତୀଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ସୂଚନା ପାଇ ଘଟଣା ସ୍ଥଳରେ ବନ ବିଭାଗ ପକ୍ଷରୁ ଏକ ଟିମ ପହଞ୍ଚି ତଦନ୍ତ ଜାରି ରଖିଛି । ସୂଚନା ଅନୁଯାୟୀ ବୋୖଦ୍ଧ ବନଖଣ୍ଡ ଅଧିନସ୍ଥ ବଘିଆପଡା ସେକ୍ସନ ଜାମୁଖୋଲ ବିଟ ର ମେନିଆପାଜୁ ଜଙ୍ଗଲ କୁ କିଛି ଗ୍ରାମବାସୀ ଗାଈ ଚରାଇବା ପାଇଁ ଯାଇଥିବା ବେଳେ ଏହି ହାତୀର ମୃତ ଦେହ ଦେଖିବାକୁ ପାଇଥିଲେ ।

ପରେ ସେମାନେ ବନ ବିଭାଗ କୁ ଖବର ଦେଇଥିବା ବେଳେ ଖବର ପାଇ ଘଟଣା ସ୍ଥଳରେ ବୋୖଦ୍ଧ ବନଖଣ୍ଡ ଅଧିକାରୀ ରାଜେନ୍ଦ୍ର ଗୋଛାୟତ, ରେଞ୍ଜ ଅଧିକାରି ପ୍ରିୟବ୍ରତ ପଟ୍ଟନାୟକ, ବଘିଆପଡ଼ା ବନପାଳ ମାଳତୀ ମାଝି ଙ୍କ ସମେତ ଅନ୍ୟ ବନ କର୍ମଚାରୀ ପହଞ୍ଚି ଥିଲେ । ହାତୀର ଶବ ବ୍ୟବଚ୍ଛେଦ ଆସନ୍ତା କାଲି କରାଯାଇ ମୃତ୍ୟୁର କାରଣ ଜାଣିବା ପାଇଁ ନମୁନା ସଂଗ୍ରହ କରାଯିବ । ଅନ୍ୟପଟେ ପ୍ରାଥମିକ ତଦନ୍ତରୁ ହାତୀ ଟି ଡିହାଇଡ୍ରେସନ ଶିକାର ହୋଇ ମୃତ୍ୟୁ ବରଣ କରିଛି ବୋଲି ବୌଦ୍ଧ ବନଖଣ୍ଡ ଅଧିକାରୀ ରାଜେନ୍ଦ୍ର ଗୋଛାୟତ ମନ୍ତବ୍ୟ ଦେଇଛନ୍ତି । ଜିଲ୍ଲାରେ ବନ୍ୟ ପ୍ରାଣୀ ସପ୍ତାହ ପାଳନ ଚାଲିଥିବା ବେଳେ ହାତୀର ଟ୍ରାକିଙ୍ଗ ପାଇଁ ନିୟୋଜିତ ସ୍ୱାର୍ଡ ହାତୀ ମୃତ୍ୟୁର ଖବର ଜାଣି ପାରିଲେନି କିଭଳି, ସେନେଇ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି । ବଘିଆପଡ଼ା ଜଙ୍ଗଲରେ ପୁଣି  ହାତୀ ଶିକାରୀ ସକ୍ରିୟ ହେଉଛନ୍ତି ବୋଲି ଆଲୋଚନା ଚାଲିଥିବା ବେଳେ ବନ ବିଭାଗ ପକ୍ଷରୁ ମାମଲା ଦବାଇବାକୁ ଜୋର ସୋର ଉଦ୍ୟମ ଆରମ୍ଭ ହୋଇଛି ବୋଲି ଆଲୋଚନା ଚାଲିଛି।

ad-week
Leave A Reply

Your email address will not be published.