ଆସିକା ପୂର୍ତ୍ତ ବିଭାଗର ରାଧେ ରାଧେ ନୀତି : ତହସିଲ କାର୍ଯ୍ୟାଳୟର ନିର୍ମାଣାଧିନ ସିଲିଙ୍ଗ ଖସିଲା…!

add-all

ବାବୁଙ୍କ ବୟାନ ବିନା ଅଟକଳରେ କାର୍ଯ୍ୟ ଚାଲିଛି ….!
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳରେ ବିଭିନ୍ନ ବିଭାଗ ରେ ପାଦ ପାଦରେ ଦୁର୍ନୀତି ସମ୍ପର୍କ ରେ ନିସର୍ତ୍ତ ରେ ରୀତିମତ ଖବର ପ୍ରକାଶ ହେଉଛି। ଆସିକା ତହସିଲ କାର୍ଯ୍ୟାଳୟ ରେ ପୂର୍ତ୍ତ ବିଭାଗ ର ଦାୟିତ୍ୱ ରେ ମରାମତି କାର୍ଯ୍ୟ ଚାଲିଛି। ଉକ୍ତ କାର୍ଯ୍ୟ କାହା ନିର୍ଦ୍ଧେଶ ରେ ଓ ବିନା ଅଟକଳ ରେ ଚାଲିଛି। ନିର୍ମାଣ ହେବାର ସ୍ୱଳ୍ପ ସମୟ ମଧ୍ୟରେ ସିଲିଙ୍ଗ ଖସି ଯାଇଛି। ଏନେଇ ପୂର୍ତ୍ତ ବିଭାଗ ର କନିଷ୍ଠ ଯନ୍ତ୍ରୀଙ୍କୁ ସିଲିଙ୍ଗ ଖସିବା ସମ୍ପର୍କ ରେ ପଚାରିବାରୁ ବାବୁ କହିଲେ ସିଲିଙ୍ଗ ଖସିବା ସତ କଥା ଆମେ ଠିକାଦାର ଙ୍କୁ ପୁଣି ମରାମତି କରିବାକୁ କହିଛୁ ଆଉ ଏହି କାର୍ଯ୍ୟର ବର୍ତ୍ତମାନ ସୁଦ୍ଧା ଅଟକଳ ହୋଇନାହିଁ। ବୋଲି ସଫେଇ ଦେଇ କଥାକୁ ହାଲୁକା ଭାବେ ନେଇଥିଲେ। ଆସିକା ଅଞ୍ଚଳ ରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ନିମ୍ନ ମାନର କାର୍ଯ୍ୟ ଚାଲିଥିବ ନେଇ ଅଭିଯୋଗ ହେଉଛି। ଆସିକା ସରକାରୀ ଚିକିତ୍ସାଳୟ ରେ ବି ପୂର୍ତ୍ତବିଭାଗ ପକ୍ଷରୁ ହୋଇଥିବା କାର୍ଯ୍ୟ ନିମ୍ନ ମାନର ବୋଲି ଅଭିଯୋଗ ହେବା ପରେ ଅଧିକାରୀ ଆସି ଯାଞ୍ଜ କରି ଯାଇଥିବାର ନଜିର ରହିଛି। ବିନା ଅଟକଳ ରେ କାର୍ଯ୍ୟ କରିବା ସରକାରୀ ବାବୁ ମାନଙ୍କ ଫଲ୍ଲସ ବିଲି କରି ଅର୍ଥ ବାଟମାରଣା କରିବା ଏହା ଏକ ମାଧ୍ୟମ ବୋଲି ଚର୍ଚ୍ଚା ହେଉଛି। ବାବୁ ମାନଙ୍କୁ ବିନା ଅଟକଳରେ କାର୍ଯ୍ୟା କରିବାକୁ କେଉଁ ଅଦୃଶ୍ୟ ଶକ୍ତି ନିର୍ଦ୍ଧେଶ ଦେଉଛି।

ad-week
Leave A Reply

Your email address will not be published.