ବନ୍ଧୁକ ଧରି ମସ୍ତି କରୁଥିବାବେଳେ ଫୁଟିଲା ଗୁଳି : ଜଣେ ଆହତ

add-all

ସୁନ୍ଦରଗଡ଼: ରାଜଗାଙ୍ଗପୁରରେ ଆଜି ଅପରାହ୍‌ଣରେ ଗୁଳିଫୁଟି ଜଣେ ଯୁବକ ଆହତ ହୋଇଛନ୍ତି। ଆହତ ବ୍ୟକ୍ତିଙ୍କର ଚିକିତ୍ସା ପାଇଁ ରାଉରକେଲା ସ୍ଥାନାନ୍ତରିତ କରାଯାଇଛି। କିଛି ସାଙ୍ଗ ବନ୍ଧୁକ ଧରି ମସ୍ତି କରୁଥିବାବେଳେ ଏଭଳି ଅଭାବନୀୟ ଘଟଣା ଘଟିଥିବା କୁହାଯାଉଛି। ଆହତ ବ୍ୟକ୍ତି ହେଲେ ମହମ୍ମଦ ସମସେର (୨୧)।
ଆଜି ଅପରାହ୍‌ଣ ଅଢ଼େଇଟାରେ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହରର ବାଣ୍ଠୁପଡା ଠାରେ କିଛି ଯୁବକ ଏକତ୍ର ହୋଇ ନିଶା ସେବନ କରିବା ପରେ ବନ୍ଧୁକ ଟ୍ରାଏଲ କରୁଥିଲେ। ଏହି ସମୟରେ ଅସାବଧାନତା କାରଣରୁ ବନ୍ଧୁକରୁ ଗୁଳିଫୁଟିଥିଲା। ଆହତ ଜଣକ ଇଦଗା ମହଲ୍ଲାର ମହମ୍ମଦ ସମସେର। ତାଙ୍କର ହାତରେ ଗୁଳିଚୋଟ ଲାଗିଛି। ଦୁଇ ରାଉଣ୍ଡ ଗୁଳି ଫୁଟିଥୁବା ସୂଚନା।
ତେବେ ଯୁବକମାନେ କେଉଁ କାମରେ ସଂପୃକ୍ତ ହେବା ପାଇଁ ବନ୍ଧୁକ ଧରି ମସ୍ତି କରୁଥିଲେ ତାହା ଜଣାପଡ଼ି ନାହିଁ। ଯୁବକମାନେ କୌଣସି ହିଂସା କାମ ପାଇଁ ଯୋଜନା କରୁଥିଲେ କି? ପୁଲିସ ତଦନ୍ତ ପରେ ଘଟଣା ସାମ୍ନାକୁ ଆସିବ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

ad-week
Leave A Reply

Your email address will not be published.