ସଂସଦର ସ୍ଵତନ୍ତ୍ର ଅଧିବେଶନ ଡକାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ରାହୁଲ ଓ ଖଡଗେଙ୍କ ଚିଠି

add-all

ନୂଆଦିଲ୍ଲୀ : ପହଲଗାଓଁ ଆକ୍ରମଣ ପ୍ରସଙ୍ଗରେ ସଂସଦର ସ୍ଵତନ୍ତ୍ର ଅଧିବେଶନ ଡକାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ଖଡଗେ କହିଛନ୍ତି, ଏଭଳି ସମୟରେ ଆମେ ଏକ ରହିଛୁ ବୋଲି ସାରା ବିଶ୍ଵକୁ ଦେଖାଇବାକୁ ପଡ଼ିବ। ବର୍ତ୍ତମାନ ସମୟରେ ଏକତା ନିହାତି ଜରୁରୀ ବୋଲି ବିରୋଧୀ ଦଳ ବିଶ୍ଵାସ କରୁଛି। ତେଣୁ ଏକ ସ୍ଵତନ୍ତ୍ର ଅଧିବେଶନ ଡକାଇବା ଆବଶ୍ୟକ।
ସେହିପରି ରାହୁଲ ତାଙ୍କ ଚିଠିରେ ମଧ୍ୟ ଅନୁରୂପ କଥା ଲେଖିଛନ୍ତି। ଏପରି ସଙ୍କଟ ସମୟରେ ଭାରତ ଆତଙ୍କବାଦ ବିରୋଧରେ ଏକ ବୋଲି ବିଶ୍ଵକୁ ଦେଖାଇବା ଉଚିତ। ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ପ୍ରତ୍ୟେକ ଭାରତୀୟଙ୍କୁ କ୍ଷୁବ୍ଧ କରିଛି।

ad-week
Leave A Reply

Your email address will not be published.